www.samajalive.in
Saturday, December 6, 2025
16.1 C
Bhubaneswar

ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ଚମକିବ ଭାଗ୍ୟ..

ନଭେମ୍ବର ମାସରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତି ଦୃଷ୍ଟିରୁ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ମାସରେ ଶନି ଚଳନ କରିବା ସହ ଶୁକ୍ର ରାଶି ପରିବର୍ତ୍ତନ କରି ସାରିଛନ୍ତି । ଏହି ପରିବର୍ତ୍ତନ ଫଳରେ ଏକ ବିଶେଷ ରାଜଯୋଗ ସୃଷ୍ଟି ହେଉଛି । ଏହାସହ ଏହି ମାସରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ବିଛା ରାଶିରେ ପ୍ରବେଶ କରିବେ । ଗ୍ରହଙ୍କ ଏହି ଚଳନ ଫଳରେ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । ମାତ୍ର ୪ ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବେ । ଜାଣନ୍ତୁ..

ଜ୍ୟୋତିଷ ଗଣନା ଅନୁସାରେ ୧୬ ନଭେମ୍ବରରେ ସକାଳ ୭ଟା ୧୬ ମିନିଟ୍‌ରେ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ ସୂର୍ଯ୍ୟ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବେ । ଏହି ରାଜଯୋଗ ୪ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭ ବୋଲି କୁହାଯାଉଛି । ଏମାନଙ୍କୁ ହଠାତ୍‌ ଧନ ଲାଭ ସହ ସଫଳତା ମିଳିବ । ଜାଣନ୍ତୁ..

- Advertisement -

ତୁଳା – ବୁଦ୍ଧାଦିତ୍ୟ ରାଜଯୋଗ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ଏମାନଙ୍କୁ ଧନ ଲାଭ ହେବ । ଚାକିରିରେ ପଦନ୍ନୋତି ହେବ । ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ । ବ୍ୟବସାୟୀ ଲାଭବାନ୍‌ ହେବା ସହ ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି ।

ଖୁସି ଖବର ; ପୁଣି କମିଲା ସୁନା ଦାମ୍‌ , ୧୦ ଗ୍ରାମକୁ ଏତିକି ଟଙ୍କା..

ବିଛା – ବ୍ୟବସାୟୀଙ୍କୁ ନୂଆ ସୁଯୋଗ ମିଳିବ । ଖୁବ୍‌ ଲାଭ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି । ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । କରଜରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ମକର – ବୁଧ ଓ ସୂର୍ଯ୍ୟ ଏକାଠି ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଭବିଷ୍ୟତରେ ଏହାର ଖୁବ୍‌ ଲାଭ ମିଳିବ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍‌ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବ । ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ । ଫଳରେ ମନ ପ୍ରସନ୍ନ ରହିବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଚାକିରି ବ୍ୟବସାୟରେ ଲାଭ ମିଳିବ । ଶରୀର ସୁସ୍ଥ ରହିବ ।

 

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories