www.samajalive.in
Friday, December 5, 2025
20.1 C
Bhubaneswar

ମାଝିଗୁଡ଼ା ସାପ୍ତାହିକ ହାଟର ଉନ୍ନତି ଓ ଜାଗା ଚିହ୍ନଟ ପାଇଁ ଦାବି

କଲ୍ୟାଣସିଂହପୁର : ମାଝିଗୁଡ଼ା ସାପ୍ତାହିକ ହାଟର ଉନ୍ନତି ଓ ହାଟ ଜାଗା ଚିହ୍ନଟ ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି। ଏହା ହେଉଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ସଦରରେ ବସୁଥିବା ସର୍ବପୁରାତନ ସାପ୍ତାହିକ ହାଟ। ଏହି ହାଟ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଦିନ ବସିଥାଏ। ଏହି ହାଟ କଲ୍ୟାଣସିଂହପୁରରେ ଏକ ମାତ୍ର ସାପ୍ତାହିକ ହାଟ ହୋଇଥିବାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ବିଭିନ୍ନ ଜିଲାରୁ ଶହ ଶହ ବ୍ୟବସାୟୀ ଆସି ବ୍ୟବସାୟ କରିଥା’ନ୍ତି। ସରକାରଙ୍କ ପକ୍ଷରୁ ଏହି ହାଟ ଲକ୍ଷ ଲକ୍ଷ ଟଙ୍କାରେ ନିଲାମୀ ହୋଇଥିବାବେଳେ ଏହାର କୌଣସି ପ୍ରକାର ଉନ୍ନତି ହୋଇନାହିଁ। ଏହି ହାଟରେ ଶୌଚାଳୟ ନ ଥିବାରୁ ହାଟ କରିବା ପାଇଁ ଆସୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।

ହାଟର ନିଲାମୀ ଲକ୍ଷ ଲକ୍ଷ ଟଙ୍କାରେ ହେଉଥିବା ବେଳେ ଧିରେ ଧିରେ ହାଟ ଜାଗା କମି ଯାଉଛି। ସରକାରୀ ଜାଗାରେ ହାଟ ବସୁଥିବାବେଳେ ଗ୍ରାମବାସୀମାନେ ଏହି ହାଟ ଜାଗା ମାଡ଼ି ବସି ଘର କରୁଥିବାରୁ ହାଟ ସଙ୍କୁଚିତ ହେଉଛି। ଯାହାଫଳରେ ହାଟ ପଡ଼ିଆ ଛୋଟ ହେଉଛି। ଏହି ଛୋଟ ସ୍ଥାନରେ ବ୍ୟବସାୟୀ ଓ ଗ୍ରାହକମାନେ ରାସ୍ତା ଉପରେ ରହି କାରବାର କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଠାରେ ଗାଡ଼ି ପାର୍କିଂ ଓ ପାନୀୟ ଜଳ ବ୍ୟବସ୍ଥା ନାହିଁ। ହାଟରୁ ବହୁ ସମୟରେ ବାଇକ ଚୋରି ହେଉଥିବା ଅଭିଯୋଗ ହେଉଛି। ଏସବୁ ସମସ୍ୟାର ଯଦି ସମାଧାନ କରା ନ ଯାଏ ବ୍ୟବସାୟୀ ଗୀତ କୌଶଲ୍ୟା, ଘାସି ଭତ୍ରା, ଭରତ ମହାନନ୍ଦିଆ, କୃଷ୍ଣ କୌଶଲ୍ୟା, କାର୍ତିକ କନ୍ଧପାଣି, ଧନୁ କୌଶଲ୍ୟା, ନରସିଂହ ବିଭର, କାମେଶ ବାଗ ଓ ରାମସିଂ କୌଶଲ୍ୟା ପ୍ରମୁଖ ବେପାର ବନ୍ଦ କରିଦେବୁ ବୋଲି କହିଛନ୍ତି। ଏହି ଅଭିଯୋଗ ସଂପର୍କରେ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଜାଗା ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ବାରମ୍ବାର ପଞ୍ଚାୟତ ପକ୍ଷରୁ ଲିଖିତ ଭାବେ ଦେଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଉନ୍ନତିକରଣ ନେଇ ଆମେ ସରକାରଙ୍କୁ ଅବଗତ କରାଇବୁ, ଶୌଚାଳୟ ପାଇଁ ବଜେଟ ରଖିଛୁ ବୋଲି ସେ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories