www.samajalive.in
Saturday, December 6, 2025
16.1 C
Bhubaneswar

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ପରିଦର୍ଶନ କଲେ ବିମାନବନ୍ଦର ଉପଦେଷ୍ଟା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଜୋରସୋରରେ ଚାଲୁ ରହିଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଏୟାରପୋର୍ଟ ଉପଦେଷ୍ଟା  ସୁରେଶ କୁମାର ହୋତାଙ୍କ ସହିତ ଏକ ଯାଞ୍ଚ ଦଳ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏୟାର ଷ୍ଟ୍ରିପର ଲମ୍ବ ୧୨୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏହାକୁ କିପରି ଏକ ପୂର୍ଣ୍ଣ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ କରିହେବ ସେଥିପାଇଁ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଥିବା ରାସ୍ତା ବିମାନବନ୍ଦର ସମ୍ପ୍ରସାରଣରେ ବ୍ୟବହାର ନ କରି ଅନ୍ୟ ଦିଗରେ କିପରି କରିହେବ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ତଥା ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ବିମାନବନ୍ଦରଟି କାର୍ଯ୍ୟକ୍ଷମ ହେଲେ ଗଞ୍ଜାମବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହୋଇପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୨୦୨୩ରେ ଏଯାରଷ୍ଟ୍ରିପ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିବା ବେଳେ ଚଳିତ ନଭେମ୍ବର ଶେଷ ସୁଦ୍ଧା ସାରିବାକୁ ଠିକାଦାର ସହ ଚୁକ୍ତିନାମା ହୋଇଥିଲା। ଏହା ମଧ୍ୟରେ ପୁଣି ଥରେ ରନଓ୍ବେ ଲମ୍ବ ୧୨୦୦ ମିଟର କରିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାରୁ ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାମ ଆସନ୍ତା ୨୦୨୫ ମାର୍ଚ୍ଚ ମଧ୍ୟରେ ସାରି ଏପ୍ରି ରୁ ଏଠାରୁ ବିମାନ ଚଳାଚଳ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories