www.samajalive.in
Monday, December 8, 2025
14.1 C
Bhubaneswar

ମଞ୍ଚ ଉପସ୍ଥାପକ ଦମ୍ପତ୍ତି ହୃଷୀକେଶ ଓ ସୁଦୀପ୍ତା ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରକୋଷ୍ଠରେ ଆଜି ଅପରାହ୍ନରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ମଞ୍ଚ ଉପସ୍ଥାପକ ଦମ୍ପତି ହୃଷିକେଶ ଓ ସୁଦୀପ୍ତା ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିନ କରାଯାଇଥିଲା।କୁଳପତି ପ୍ରଫେସର ଦାଶ ଉଭୟଙ୍କୁ ସାକ୍ଷାତକରି ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପାଣିଗ୍ରାହୀ ଦମ୍ପତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଭାରତରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ବିଶିଷ୍ଟ ସାଂସ୍କୃତିକ କାର୍ଯ୍ୟକ୍ରମର ଏକମାତ୍ର ଉପସ୍ଥାପକ ଦମ୍ପତ୍ତି ହିସାବରେ ଖ୍ୟାତି ଅର୍ଜନ କରିଥିବାରୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ଦ୍ଵାରା ପ୍ରମାଣଭୁକ୍ତ ହୋଇଛି। ମଞ୍ଚ ଉପସ୍ଥାପନା କଳା ନିମନ୍ତେ ପ୍ରମାଣ ପତ୍ର ପାଇବାରେ ଏହି ଦମ୍ପତ୍ତି ହେଉଛନ୍ତି ପ୍ରଥମ ଭାରତୀୟ। ଏହି ଅବସରରେ କୁଳପତି ପ୍ରଫେସର ଦାଶ କହିଛନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା କମ ଗୌରବର କଥା ନୁହେଁ ବୋଲି କହିଛନ୍ତି। ତାହାସହ ହୃଷିକେଶ ପାଣିଗ୍ରାହୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି, ତେଣୁ ଏହା ବିଶ୍ବବିଦ୍ୟାଳୟ ପାଇଁ ଗର୍ଵ ଓ ଗୌରବର ବିଷୟ ଅଟେ ବୋଲି ସେ କହିଥିଲେ।

ସୂଚନା ପ୍ରକାରେ ହୃଷୀକେଶ ପାଣିଗ୍ରାହୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣଯୋଗାଯୋଗରେ ପ୍ରଥମ ସ୍ଵର୍ଣ୍ଣ ପଦକ ପାଇ ଭାରତୀୟ ପ୍ରସାରଣ ସେବାର ଅଧିକାରୀ ହିସାବରେ କାମ କରିବା ସହ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ, ତାଙ୍କ ଧର୍ମପତ୍ନୀ ସୁଦୀପ୍ତ।ମନସ୍ତତ୍ତ୍ଵରେ ବ୍ରହ୍ମପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଲଗାତାର ସ୍ଵର୍ଣ୍ଣପଦକ ପାଇ ଓଡ଼ିଶା ସରକାରଙ୍କ ପ୍ରିଜନ ଏକାଡେମୀର ଉପନିର୍ଦ୍ଦେଶିକା ଥିବା ଅବସରରେ ଅନେକ ଜାତୀୟ ପୁରସ୍କାର ପାଇଥିଲେ। ଏତଦ ବ୍ୟତୀତ ଭାରତରେ ବିଭିନ୍ନ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ତଥା ବିଶ୍ବର ବହୁ ଅତି ବିଶିଷ୍ଟ ଓ ଖ୍ୟାତିସମ୍ପନ୍ନ ଗୁରୁ ତଥା କଳାକାର ଏବଂ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଭଳି ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜର ସ୍ଵତନ୍ତ୍ର ଶୈଳୀରେ ବିଭିନ୍ନ ମଞ୍ଚରେ ଉପସ୍ଥାପନ କରିବା ସହ ଏହି ଦମ୍ପତ୍ତି ବହୁ ସମ୍ମାନରେ ବିମଣ୍ଡିତ ହୋଇଛନ୍ତି। ଏହି ଯୁଗଳ ବନ୍ଦୀଙ୍କର “ଭାରତର ସର୍ବାଧିକ ବର୍ଷ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯକ୍ରମ ଉପସ୍ଥାପନା କରୁଥିବା ଦମ୍ପତ୍ତି”ର ରେକର୍ଡ ଧାରଣ କରିଥିବା ବିଷୟ, ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ ହେଇଛି। ଏହି ସମ୍ବର୍ଦ୍ଧିନାରେ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡା, ପ୍ରଫେସର ଗଣେଶ ସେଠି, ଡ ଜୟନ୍ତ କୁମାର ପଣ୍ଡା, ଡ ଚିନୁ ବୋହିଦାର, ଡ ଅଗ୍ନୀ ବେହେରା, ସୌରଭ ସେଠ ଏବଂ ଡ.ମିହିର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories