www.samajalive.in
Monday, December 15, 2025
24.1 C
Bhubaneswar

ଆଞ୍ଚଳିକ ବୈଦ୍ୟ ସଂଘର ଧନ୍ଵନ୍ତରୀ ମେଳା

ପାଟଣା: ପାଟଣା ବ୍ଲକ ଆଞ୍ଚଳିକ ବୈଦ୍ୟ ସଂଘର ଧନ୍ଵନ୍ତରୀ ମେଳା ଆଜି ଏକେନ୍ଦେଇପଶି ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦୁଃଖବନ୍ଧୁ ମହାକୁଡ଼ ଉପସଭାପତି ଜଗନ୍ନାଥ ନାଏକ, ସମ୍ପାଦକ ରମାକାନ୍ତ ମହାନ୍ତ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତ, ଗଣେଶ୍ୱର ମହାକୁଡ଼, ଗଣେଶ୍ୱର ନାଏକ, ଡମ୍ବରୁଧର ନାଏକ, ଗୋକୁଳ ମହାନ୍ତ, ବୁଦ୍ଧଦେବ ମହାନ୍ତ, ସୁନନ୍ଦ ଭୋଳ, ହେମନ୍ତ ମହାନ୍ତ ପ୍ରମୁଖ ଏହି ମେଳା ଆୟୋଜନ କରିଥିବା ବେଳେ ଆୟୁର୍ବେଦର ଜନକ ଭଗବାନ ଧନ୍ଵନ୍ତରୀଙ୍କର ଏଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଭାଗିରଥି ତ୍ରିପାଠୀ ପୂଜାପାଠ କରିଥିଲେ। ବିଜ୍ଞାନ ଯୁଗରେ ମଧ୍ୟ ଆୟୁର୍ବେଦର ଆଦର ରହିଥିବାରୁ ଭଗବାନ ଧନ୍ଵନ୍ତରୀଙ୍କ ଆଶୀର୍ବାଦରେ ଏହି ସେବା ଲୋକ ମାନଙ୍କୁ ଯେପରି ସୁଲଭ ଭାବେ ଯୋଗାଇ ଦେଇ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories