ଆରଡି: ଭଦ୍ରକର ନୂଆ ଉପଜିଲାପାଳ ଭାବେ ଅବସ୍ଥାପନ କରିଥିବା ସୌରଭ ଚକ୍ରବର୍ତ୍ତୀ ଶୁକ୍ରବାର ସନ୍ଧ୍ୟାରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପହଁଚି ଦର୍ଶନ କରିବା ସହ ସେବାୟତଙ୍କ ଦ୍ବାରା ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବେଢା ପରିକ୍ରମା କରି ମଣିବାବାଙ୍କ ମନ୍ଦିର ବାବଦରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ପରମ୍ପରା ଅନୁଯାୟୀ ଟ୍ରଷ୍ଟି ଭାବେ ବଦଳି ହୋଇଥିବା ଉପଜିଲାପାଳ ମନୋଜ ପାତ୍ର ନୂଆ ଉପଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ମନ୍ଦିରର ଗଛିତ ଥିବା ସ୍ବର୍ଣ୍ଣାଳଙ୍କାର, ରୂପା, ପିତଳ, ତମ୍ବା, କଂସା ଆଦି ସମେତ ସମସ୍ତ ଆସବାପତ୍ର ଦାୟୀତ୍ବ ପ୍ରଦାନ କରିଥିଲେ।
Popular Categories



