www.samajalive.in
Sunday, December 14, 2025
19.1 C
Bhubaneswar

ଲକ୍ଷ୍ମୀ ମାଝୀ ଦୁଷ୍କର୍ମ ଓ ହତ୍ୟା ଘଟଣା-ଜିଲାପାଳ ଓ ଏସପିଙ୍କୁ ହାଜର ପାଇଁ ନୋଟିସ

ରାୟଗଡ଼ା: ରାୟଗଡା ଜିଲା ଚନ୍ଦ୍ରପୁରସ୍ଥିତ ମାଆ ଗୃହରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣାରେ ଜିଲାପାଳ ଓ ଏସପିଙ୍କୁ ହାଜର ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନର ନୋଟିସ କରିଛନ୍ତି । ଆସନ୍ତା ୧୭ ତାରିଖରେ ଦିଲୀସ୍ଥିତ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ରାୟଗଡ଼ା ଜିଲାପାଳ ପାରୁଲ ପଟ୍ଟାୱରୀ ଓ ତତ୍କାଳୀନ ଏସପି ହରିଶ ବି.ସି.ଙ୍କୁ ନୋଟିସ୍ ଜାରି ହୋଇଛି। ଏହି ମାମଲା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ନଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ଜାତୀୟ କମିଶନ ଉପାଧ୍ୟକ୍ଷଙ୍କୁ ଭେଟି ଗତ ଫେବୃୟାରୀ ୭ ତାରିଖରେ ବିଜେପିର ଏସଟି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ରାୟଗଡ଼ା ଜିଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ମା’ଗୃହରେ କାର୍ଯ୍ୟରତ ଲକ୍ଷ୍ମୀ ମାଝୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲେ ମଧ୍ୟ ହତ୍ୟାକାରୀକୁ ପୁଲିସ ଗିରଫ କରିପାରିଲା ନାହିଁ। ଏପରିକି ଲକ୍ଷ୍ମୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ବାପା ବେଲଧର ମାଝୀଙ୍କୁ ପ୍ରଦାନ କରାଗଲା ନାହିଁ। ଆଜି ବି ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରିଲା ନାହିଁ। ଏନେଇ ବିଗତ ଦିନରେ ଜିଲା ବିଜେପି, ଯୁବ ସଂଗଠନ ଓ ମହିଳା ସଂଗଠନ ପକ୍ଷରୁ ଗତ ଡିସେମ୍ବର ୨୮ ତାରିଖରେ ଚନ୍ଦ୍ରପୁର ଓ ରାୟଗଡ଼ା ଜିଲା ବନ୍ଦ ଡାକରା ଦେଇଥିଲା। ଆଦିବାସୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ କିପରି ଏହାର ତଦନ୍ତ ଶୀଘ୍ର ହୋଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ଜାତୀୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ କାଳୀରାମ ମାଝୀ ।
ସୂଚନାଯୋଗ୍ୟ, ଚନ୍ଦ୍ରପୁରସ୍ଥିତ ମାଆ ଗୃହରେ କାର୍ଯ୍ୟ କରୁଥିଲେ କାଶୀପୁର ବ୍ଲକ ନାକଟିଗୁଡାର ଲକ୍ଷ୍ମୀ ମାଝୀ । ଗତ ୨୦୨୩ ଡିସେମ୍ବର ୨୧ ତାରିଖରେ ମେଡ଼ିକାଲ ପରିସରରେ ଲକ୍ଷ୍ମୀଙ୍କ ଅର୍ଦ୍ଧନଗ୍ନ ମୃତ ଦେହ ଠାବ ହୋଇଥିଲା । ଏହି ଘଟଣାରେ ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ହେଲେ ଏହି ମାମଲାର କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସିନାହିଁ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ କାଳୀରାମ କମିଶନର ଦ୍ୱାରସ୍ଥ ହୋଇଥିଲେ ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories