ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ରୀଡ଼ା ପରିଷଦର ବାର୍ଷିକ ବୈଠକ ଅନୁଷ୍ଠିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ସିନେଟ ହଲ ଠାରେ ୨୦୨୪-୨୫ ବର୍ଷ ପାଇଁ  କ୍ରୀଡ଼ା ପରିଷଦ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଉଥିଲା। ଏହି ବୈଠକରେ ଚଳିତ ବର୍ଷ ୬୦ ଲକ୍ଷ ୭୦ ହଜାର ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇଛି। ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ବିଶ୍ଵବିଦ୍ୟାଳୟ ଏବଂ ଅଧୀନରେ ଥିବା ସମସ୍ତ କଲେଜର କ୍ରୀଡାବିତ୍ତ ମାନେ ଉତ୍ସାହର ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡାମାଝୀ, ପୂର୍ବତନ କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ ସେଠୀ, କ୍ରୀଡ଼ା ପରିଷଦର ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ ମଂଚାସୀନ ଥିଲେ। ୨୦୨୩ -୨୪ ବର୍ଷରେ କ୍ରୀଡ଼ା ପରିଷଦର ବଜେଟ୍ ୫୧ ଲକ୍ଷ ଟଙ୍କା ରହିଥିବା ବେଳେ ୪୩ ଲକ୍ଷ ୨୩ ହଜାର ୩ ଶହ ଟଙ୍କା ଖର୍ଚ୍ଚ ହୋଇ ୧୧ ଲକ୍ଷ ୯୭ ହଜାର ୪୮ ଟଙ୍କା ବଳକା ରହିଛି। ଚଳିତ ବର୍ଷ ବଜେଟ୍‌ର ଆକାରକୁ ବୃଦ୍ଧି କରାଯାଇ ୬୦ ଲକ୍ଷ ୭୦ ହଜାର ଟଙ୍କା ପ୍ରାୟ ୩୦ଟି ଇଭେଣ୍ଟ ପାଇଁ ଖର୍ଚ୍ଚ ପ୍ରସ୍ତୁତି ହୋଇଛି।
ଏ ନେଇ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦରେ ଆଥେଲେଟିକ୍ (ମହିଳା/ପୁରୁଷ), ଆର୍ଚେରି( ପୁ), ବ୍ୟାଡ଼ମିଣ୍ଟନ(ପୁ/ମ), ବକ୍ସିଂ (ପୁ/ମ), ହକି(ପୁ), କ୍ରିକେଟ (ପୁ/ମ), ହେଣ୍ଡବଲ(ପୁ/ମ), ଟେବୁଲ ଟେନିସ (ମହିଳା/ପୁରୁଷ),ଭାରଉତ୍ତୋଳନ (ପୁ /ମ), ସୁନ୍ଦର ସ୍ୱାସ୍ଥ୍ୟ (ପୁ ) ପ୍ରତିଯୋଗିତା ହେବାକୁ ନିଷ୍ପତି ହୋଇଥିବା ବେଳେ କେନ୍ଦୁପଦର ଏନ୍‌ବିସି କଲେଜରେ ବଲ୍‌ ବ୍ୟାଡ୍‌ମିଣ୍ଟନ(ପୁ/ମ), ପାଟପୁର କଲେଜରେ କ୍ରିକେଟ୍‌ (ପୁ), କବାଡି (ମ), ପିପୁଲ୍ସ କଲେଜ ବୁଗୁଡ଼ାରେ ବାସ୍କେଟବଲ୍ (ପୁ/ମ), କବାଡ଼ି (ପୁ), ଚିକିଟି ମହାବିଦ୍ୟାଳୟରେ ଖୋ ଖୋ (ପୁ), ଭଞ୍ଜନଗର କେଏସ୍‌ୟୁବି କଲେଜରେ ଭଲିବଲ(ପୁ), କଳିଙ୍ଗ କଲେଜରେ ଖୋଖୋ (ମ),ବାଲିଗୁଡା ଆଦିବାସୀ କଲେଜରେ ଫୁଟବଲ (ପୁ),ଏସ ବି ପି ମହାବିଦ୍ୟାଳୟ ସାମୁନ୍ତିଆପଲ୍ଲୀରେ ଚେସ (ପୁ/ମ) ଇଭେଣ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।
ଏହି ଅବସରରେ କାର୍ଯ୍ୟକାରି ସଦସ୍ୟ ଚୟନ ହୋଇଥିଲା। କୁଳପତିଙ୍କ ପ୍ରତିନିଧି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ, ଚାନ୍ଦୀପୁଟ ଆଇ ଏମ ଡିଗ୍ରୀ କଲେଜର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଓଡିଶା ପି ଇ ଟି ସଂଘର ପୂର୍ବତନ ସଭାପତି ସଚ୍ଚିଦାନନ୍ଦ ଦାଶ, ସାମୁନ୍ତିଆପଲ୍ଲୀ ଏସ ବି ପି ମହାବିଦ୍ୟାଳୟର ପି ଇ ଟି ସୁଧାକର ବିଷୋୟୀ, ରାୟଗଡା ମହିଳା ମହାବିଦ୍ୟାଳୟର ରିତାରାଣୀ ମିଶ୍ରଙ୍କୁ ସର୍ବସମତି ଭାବେ ଚୟନ ହୋଇଛନ୍ତି। ବୈଠକରେ ଯୁଗ୍ମ କୁଳସଚିବ ତଥା ଓ ଏସ ଡ଼ି ଡ. ବାବୁଜୀ ସାମଲ, ସହ କୁଳସଚିବ ଡ. ସରୋଜ କୁମାର ଦାଶ,କୋଚ ରାଜେଶ କୁମାର ମହାନ୍ତି ପି ଇ ଓ ରବି ଚରଣ ମିଶ୍ରଙ୍କ ସମେତ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କଲେଜର ଅଧକ୍ଷ, ପ୍ରତିନିଧି, ପିଇଟି ଯୋଗ ଦେଇଥିଲେ। ଏହି ଅବସରରେ କୁଳପତିଙ୍କ ସହ ଯୋଗାଯୋଗ ବେଳେ ୪୦୦ ମିଟର ଦୌଡ଼ ପାଇଁ ସିନ୍ତେଟିକ ଟ୍ରାକ, ୪ ଶହ ବେଡର କ୍ରୀଡ଼ାବିତ୍ତ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା ସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଇଷ୍ଟଜୋନ ଇଣ୍ଟର ୟୁନିଭରସିଟି ମହିଳା ହେଣ୍ଡବଲ ପ୍ରତିଯୋଗିତା କରାଯିବ ବୋଲି କହିଛନ୍ତି।

Comments are closed.