ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକ ଗୋପୀନାଥ ମାହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୋଲେଖ ବିହାରୀ ଦେହୁରୀ ମୁଖ୍ୟ ବକ୍ତା ଓ ଦୟାନିଧି ହୋତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଭୂଷଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦିଲ୍ଲୀପ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ୟାମସୁନ୍ଦର ଡ଼ାଙ୍ଗଙ୍କୁ ସମ୍ମାନୀତ କରାଯାଇଥିଲା। ବାସୁଦେବ ପଣ୍ଡା, ସୁରୁ ସାହୁ, ବଳରାମ କାଣ୍ଡ, ଚମରା ମହାକୁର ପ୍ରମୁଖ ଉପସ୍ଥିତ ଥିଲେ। ଜ୍ଞାନେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



