www.samajalive.in
Sunday, December 14, 2025
16.1 C
Bhubaneswar

ଓଜନ ଅନୁସାରେ ଆପଣଙ୍କୁ ପ୍ରତିଦିନ କେତେ ପାଣି ପିଇବା ଉଚିତ୍ ? ଜାଣନ୍ତୁ..

ଭୁବନେଶ୍ବର : ଆମ ଶରୀରରେ ପ୍ରାୟ ୬୦ ପ୍ରତିଶତ ପାଣି ରହିଛି । ଆମ ଶରୀରର ଅଧିକାଂଶ କାର୍ଯ୍ୟ ପାଇଁ ପାଣିର ଆବଶ୍ୟକ ପଡିଥାଏ  ।  ଯେପରିକି ବିଷାକ୍ତ ପଦାର୍ଥକୁ ସଫା କରିବା, କୋଷ ପର୍ଯ୍ୟନ୍ତ ପୋଷକ ତତ୍ତ୍ବ ପହଞ୍ଚାଇବାରେ ପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶରୀରରେ ପାଣି କମିଗଲେ ଡିହାଇଡ୍ରେସନ ସହିତ ଅନେକ ଅସୁବିଧା ହୋଇଥାଏ । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ୍ । ତେବେ ସମସ୍ତଙ୍କ ଓଜନ, ପରିଶ୍ରମ, ତାପମାତ୍ରା ସମାନ ନଥାଏ । ତେଣୁ ଏହାକୁ ଭିତ୍ତି କରି ପାଣି ପିଇବା ଉଚିତ୍ ।

ଏକ ଅଧ୍ୟୟନ ଅନୁସାରେ ପୁରୁଷଙ୍କୁ ସାରା ଦିନରେ ୩ ଲିଟର ପାଣି ପିଇବା ଉଚିତ୍ । ମହିଳାଙ୍କୁ ଗୋଟିଏ ଦିନରେ ୨ ଲିଟର ପାଣି ପିଇବା ଉଚିତ୍ । ପିଲାମାନଙ୍କୁ ୬ରୁ ୮ କପ୍ ପାଣି ପିଇବା ଉଚିତ୍ । ଗର୍ଭବତୀ ଓ ପ୍ରସୂତୀଙ୍କୁ ଏକ ଦିନରେ ୧୦ରୁ ୧୨ କପ ପାଣି ପିଇବା ଉଚିତ୍ ।

- Advertisement -

ଯଦି ଆପଣ ଶାରୀରିକ ପରିଶ୍ରମ ଅଧିକ କରୁଛନ୍ତି ଏବଂ ଆପଣଙ୍କ ଶରୀରର ତାପମାତ୍ରା ଅଧିକ ରହୁଛି ତେବେ ଅଧିକ ପାଣି ପିଇବା ଉଚିତ୍ । ଯଦି ଆପଣ କିଡନୀ ଓ ହାର୍ଟ ରୋଗୀ ତେବେ ଆପଣ ସୀମିତ ମାତ୍ରାରେ ପାଣି ପିଇବା ଉଚିତ୍ । ଯଦି ଆପଣଙ୍କ ପରିସ୍ରା ହଳଦିଆ ରଙ୍ଗର ଆସୁଛି ତେବେ ଆପଣଙ୍କ ଶରୀର ଡିହାଇଡ୍ରେଟେଡ୍ ଏବଂ ଅଧିକ ପାଣି ଆବଶ୍ୟକ କରୁଛି । ସକାଳେ ଉଠିବା ପରେ ତୁରନ୍ତ ୨ ଗ୍ଲାସ ପାଣି ପିଅନ୍ତୁ । ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।  ଯଦି ଆପଣଙ୍କ ରକ୍ତଚାପ ସ୍ତର ଅଧିକ ତେବେ ସ୍ନାନ କରିବା ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories