www.samajalive.in
Saturday, December 6, 2025
26.1 C
Bhubaneswar

ଗିରଫ ହେଲା ରକ୍ତ ଦଲାଲ

ସମାଜ ଡିଜିଟାଲ ଡେସ୍କ: କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ ହଜାର ଟଙ୍କା ନେଇ ୬ ୟୁନିଟ ଭୁଲ ପ୍ଲାଟେଲେଟ୍ ଯୋଗାଇଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଅଜୟ ନାୟକ ଘର ବାଲେଶ୍ବର ସୋର ଅଞ୍ଚଳରେ ଓ ସେ କଟକ ବିଡ଼ାନାସୀରେ ରହୁଥିଲା ବୋଲି ଜଣାପଡ଼ିଛି। ରୋଗୀଙ୍କ ସଂପର୍କୀୟ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ନିକଟରେ ପ୍ଲାଟେଲେଟ୍ ନେଇ ପଚରାଉଚରା କରୁଥିବାବେଳେ ଏହି ଦଲାଲଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଟଙ୍କା ନେଇ ଏବି-ନେଗେଟିଭ୍‌ ଦବଳରେ ୬ ୟୁନିଟ୍ ପଜିଟିଭ୍‌ ପ୍ଲାଟେଲେଟ୍ ଦେଇଥିଲେ। ପରେ ରୋଗୀଙ୍କ ସଂପର୍କୀୟ ଏ ନେଇ ପଚାରିବାରୁ ପ୍ୟାକେଟ ଉପର ଲେଖାକୁ କଟାକଟି କରି ନେଗେଟିଭ୍‌ ଲେଖିଦେଇ ରୋଗୀଙ୍କ ସଂପର୍କୀୟଙ୍କୁ ଦେଇଥିଲେ। ଅଭିପୋଗ ପାଇବା ପରେ ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତ ଦଲାଲକୁ ଗିରଫ କରିବା ସହ ୬ ୟୁନିଟ ପ୍ଲାଟେଲେଟ୍ ଓ ୬ଟି ବ୍ୟାଗ୍ ଜବତ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories