ବାଇକରୁ ଖସି ବାପ ପୁଅ ଗୁରୁତର

ପାଟଣା : ମଙ୍ଗଳବାର ଅପରାହ୍ନରେ ପାଟଣା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାଇକରେ ନିଜ ଘରକୁ ଯାଉଥିବାବେଳେ ବାପପୁଅ ଖସିପଡି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ବଡଗମ୍ଭାରୀଆ ଗ୍ରାମର ଗୌର ମୁଣ୍ଡା ଓ ତାଙ୍କ ପୁଅ ଶ୍ରୀକାନ୍ତ ମୁଣ୍ଡା । ସୂଚନାଯୋଗ୍ୟ ଯେ ପାଟଣା ଡାକ୍ତରଖାନାରେ ନିଜ ଝିଅ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବାପ ଓ ପୁଅ ଆସିଥିଲେ। ତାଙ୍କୁ ଦେଖା କରି ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଖସିପଡିବାରୁ  ଗୌର ମୁଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ୧୦୮ଯୋଗେ ସାହାଯ୍ୟରେ ପାଟଣା ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Comments are closed.