ବିଶ୍ବରେ ଆତଙ୍କବାଦର ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଆଞ୍ଚଳିକ ସ୍ତରକୁ ବ୍ୟାପିବାକୁ ଦିଆନଯାଉ। ଏହା ସହିତ ଆତଙ୍କବାଦୀଙ୍କ ନିକଟରେ ପଣବନ୍ଦୀ ରହିଥିବା ଇସ୍ରାଏଲ ନାଗରିକଙ୍କ ସୁରକ୍ଷିତ ମୁକ୍ତି ଉପରେ ଇସ୍ରାଏଲ ସରକାର ଗୁରୁତ୍ବ ଦିଆଯାଉ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଶ୍ବରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ଆତଙ୍କବାଦର ସମସ୍ତ ପ୍ରକାରକୁ ଧ୍ବଂସ କରିବା ସହିତ ଶାନ୍ତି ଓ ସ୍ଥିରତା ହାସଲ ଦିଗରେ ଭାରତ ପୂର୍ଣ୍ଣ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। ଇସ୍ରାଏଲ ଏବେ ଲେବାନନ୍‌ର ହେଜବୋଲ୍ଲା, ୟେମେନର ହୁତି ଓ ଗାଜାର ହମାସ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଚଳାଇଛି।

Comments are closed.