www.samajalive.in
Thursday, December 11, 2025
13.1 C
Bhubaneswar

ମହାରାଷ୍ଟ୍ରରେ ଗାଈକୁ ‘ରାଜ୍ୟମାତା-ଗୋମାତା’ ମାନ୍ୟତା

ମୁମ୍ବଇ : ମହାରାଷ୍ଟ୍ର ସରକାର ଗାଈକୁ ‘ରାଜ୍ୟମାତା-ଗୋମାତା’ ମାନ୍ୟତା ପ୍ରଦାନ କରିଛନ୍ତି। ବୈଦିକ ଯୁଗରୁ ଗାଈଙ୍କ ମହତ୍ତ୍ବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କାରଣ ଦର୍ଶାଇଛନ୍ତି। ଏହାବ୍ୟତୀତ ମନୁଷ୍ୟ ଶରୀରର ପୋଷଣ ବୃଦ୍ଧି ଦିଗରେ ମଧ୍ୟ ଗାଈ କ୍ଷୀରର ଯଥେଷ୍ଟ ଭୂମିକା ରହିଛି। ଅର୍ଗାନିକ୍‌ ପଦ୍ଧତିରେ ଚାଷ କାର୍ଯ୍ୟ ନିମନ୍ତେ ଗାଈ ଗୋବର ବ୍ୟବହାର କରାଯାଉଛି। ତେଣୁ ଆଧ୍ୟାତ୍ମିକ, ବୈଜ୍ଞାନିକ ଏବଂ ଐତିହାସିକ ଦୃଷ୍ଟିକୋଣରୁ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ସାଂସ୍କୃତିକ ଦୃଶ୍ୟପଟରେ ଗାଈର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି। ଏହାକୁ ଆଧାର କରି ରାଜ୍ୟ ସରକାର ଗାଈକୁ ’ରାଜ୍ୟମାତା-ଗୋମାତା’ ଘୋଷଣା କରିଛନ୍ତିି ବୋଲି ମହାରାଷ୍ଟ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories