www.samajalive.in
Wednesday, December 10, 2025
26.1 C
Bhubaneswar

ରାମଶ୍ୟାମପୁରରେ ଝାଡାବାନ୍ତି; ୧୧ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗର ତନାଘନା

ଗୁରୁଡିଝାଟିଆ: କଟକ ଜିଲା ଘଣ୍ଟିଖାଲ ପଞ୍ଚାୟତ ରାମଶ୍ୟାମପୁରରେ ଝାଡାବାନ୍ତିରେ ମୋଟ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣା ସଂପର୍କରେ ଖବର ପାଇ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟା ଅଧିକାରୀ ଡାକ୍ତର ଦୀଲ୍ଲିପ ଦାସଙ୍କ ନେତୃତ୍ୱରେ ଚିକିତ୍ସା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହିତ ଔଷଧ ପ୍ରଦାନ କରିଛନ୍ତି। ତେବେ କେଉଁଥିପାଇଁ ଗାଁରେ ଝାଡାବାନ୍ତି ବ୍ୟାପିଛି ତାହାର କାରଣ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଆଗକୁ ଏହି ସଂଖ୍ୟା ଯେପରି ନବଢେ ସେଥିପାଇଁ ଡାକ୍ତର ଦୀପକ ରାଜ, ଡାକ୍ତର ମଧୁସ୍ମୀତା ପ୍ରଧାନ, ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମଚାରୀ ଚିନ୍ମୟୀ ପରିଜା,ଟି ଭାଗ୍ୟଲତା ଆଚାର୍ଯ୍ୟ ଓ ଅନ୍ୟ କର୍ମଚାରୀମାନେ ଘଟଣା ଉପରେ ତୀକ୍ଷ୍ମ ନଜର ଦେବା ସହିତ ଗାଁରେ ଉପସ୍ଥିତ ରହିଛନ୍ତି।
ପ୍ରକାଶଯୋଗ୍ୟ ସଂକ୍ରମିତ ଖାଦ୍ୟ ଯୋଗୁଁଁ ଏଭଳି ଝାଡାବାନ୍ତି ବ୍ୟାପିଛଇ। ଗତ ୨ଦିନ ତଳେ ଗଣେଷ ଭସାଣୀ ପରେ ଗାଁରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପରଦିନ ବାସିଖାଦ୍ୟ ଖାଇବା ପରେ ଜଣେ ପରେ ଜଣେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ଅପରାହ୍ନରେ ଜିଲ୍ଲାରୁ ଏକ ସ୍ୱାସ୍ଥ୍ୟଟିମ ଝାଡାବାନ୍ତି ହୋଇଥିବା ଗାଁ ରେ ଆସି ପହଞ୍ଚି ଅନୁଧ୍ୟାନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories