ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜନତା ଉଚ୍ଚ ବିଦ୍ୟାଳୟ, ଗୋଡ଼ଭଗା ପରିସରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ବ୍ଲକସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦନ ସୁନ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ପାହାର ଶ୍ରିଗୀଡା ମହାବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ଅତାବିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଳ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅତାବିରା ବ୍ଲକର ୧୪ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସିଆରସି ମାନେ ଉପସ୍ଥିତ ଥିଲେ। ବ୍ଲକ ଅଧିନସ୍ଥ ପ୍ରତ୍ୟେକ କ୍ଲଷ୍ଟ ରେ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନେ ଯୋଗଦେଇ ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ, ପ୍ରବନ୍ଧ, ଚିତ୍ରାଙ୍କନ, ତର୍କ, କଣ୍ଠ ସଙ୍ଗୀତ ସହ ଅନ୍ୟାନ୍ୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରତିଯୋଗିତା ଗୁଡ଼ିକ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ମଞ୍ଚାସିନ ରହିଥିଲେ।
କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର, ଏନଏ ସି ଅଧ୍ୟକ୍ଷ ବନମାଳୀ ବରିହା, ମଛିନ୍ଦ୍ର ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭେଡେନ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ ଦାଶ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ରହିଥିଲେ। ଉଭୟ ପର୍ଯ୍ୟାୟରେ ଶିକ୍ଷକ ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ।
ଆଜି ବରିଷ୍ଠ ନାଗରିକ ଦିବସ ହୋଇଥିବାରୁ ଏହି ଅବସରରେ ଉପସ୍ଥିତ ସମସ୍ତେ ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ଦେବା ପାଇଁ ସାମୁହିକ ଶପଥ ପାଠ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ବେଣୁଧର ମିଶ୍ର ଓ ନିଶିକାନ୍ତ ପଣ୍ଡାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।



