ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମର ଚାଷୀ ଗୁରୁଚରଣ ନାଏକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗୁରୁଚରଣ ଦିଲ୍ଲୀରେ ଥିବା କିଷାନ ମହା ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗତ ଶନିବାର ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟଙ୍କ ସହ ଟ୍ରେନ୍ ଯୋଗେ ଯାଇଥିଲେ। ସେଠାରେ ସୋମବାର କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରେନରେ ଘରକୁ ଫେରୁଥିବା ସମୟରେ ଝାରଖଣ୍ଡର ଗରିଆବିହାର ଏବଂ ହଜାରୀବାଗ ରେଳ ଷ୍ଟେସନ ମଧ୍ୟରେ ଥିବା ଏକ ଷ୍ଟେସନରେ ଓହ୍ଲାଇଥିଲେ। ପରେ ସେରିଆ ଥାନା ଅଞ୍ଚଳରେ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ପୁଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲା ।

ଖବର ପାଇବା ପରେ ପୁଅ କୀର୍ତ୍ତନ ନାଏକ ସେଠାରେ ପହଞ୍ଚି  ଶବକୁ ଚିହ୍ନଟ କରିବା ପରେ ସେରିଆ ପୁଲିସ ସୋମବାର ଶବକୁ ଜବତ କରି ଗିରିଡ଼ିହି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପୁଅ କୀର୍ତ୍ତନ ନାଏକଙ୍କୁ ହସ୍ତାନ୍ତର କରିବା ପରେ ଶବକୁ ଗାଁକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବାରୁ ଗିରିଡ଼ିହି ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଳେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

 

Comments are closed.