ନବନିର୍ବାଚିତ ଜିଲା ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣା : ନବ ନିର୍ବାଚିତ ଜିଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ବାରିକଙ୍କୁ ଆଜି ପାଟଣା ଟ୍ରକ ମାଲିକ ମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।  ନିକଟରେ ଅନୁଷ୍ଠିତ ହୋଇଥିବା ଟ୍ରକ ମାଲିକ ସଂଘର ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ବାରିକ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କୁ ଆନନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ  ଥିବା କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ଟ୍ରକ ମାଲିକମାନେ ସ୍ୱାଗତ କରିଥିଲେ। ଏ ଅବସରରେ ଟ୍ରକ ମାଲିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ।

କାର୍ଯ୍ୟକ୍ରମରେ ଯତୀନ୍ଦ୍ର କୁମାର ଦାଶ ସଂଯୋଜନା କରିଥିବାବେଳେ ଯୁଗଳ କିଶୋର ଦାଶ, ଖୁରସିଦ ଆଲାମ,ଜାମିଲ ଆଲାମ, ଅଭୟ କୁମାର ବେହେରା, ପଙ୍କଜ ସାହା, ସାମସେର ଆଲାମ, ପ୍ରତାପ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ,ସାହିଦ ଆଲାମ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସାହାରପଡ଼ା, ଢେଙ୍କିକୋଟ ଓ ହରିଚନ୍ଦନପୁରରେ ମଧ୍ୟ ଶ୍ରୀ ବାରିକଙ୍କୁ ଟ୍ରକ୍ ମାଲିକ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ତାଙ୍କ ସହ ନବ ନିର୍ବାଚିତ ଯୁଗ୍ମ ସମ୍ପାଦକ ଅୟେଶକାନ୍ତ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Comments are closed.