www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶାରେ ଦେଖାଗଲା ଧୂମକେତୁ

ଭୁବନେଶ୍ବର: ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ଆମ ରାଜ୍ୟର ରାକେଶ କୁମାର ରାଉଳ, ଫଟୋ ଜର୍ଣ୍ଣାଲିଷ୍ଟ ଏହି ଧୂମକେତୁରଏକ ଫଟୋ ନେଇଥିବାର ସୂଚନା ରହିଛି। ସେ ପୂର୍ବରୁ ଏହି ପରି ଅନେକ ଫଟୋ ନେଇଛନ୍ତି। ତାଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ର ସହ ଧୂମକେତୁ ‘ସି/୨୦୨୩ ଏ-୩’ର ଫଟୋଟି ଅତି ସୁନ୍ଦର ହୋଇଛି।
‘ସି/୨୦୨୩ ଏ-୩’ଧୂମକେତୁଟିଅକ୍ଟୋବର ମାସ ୧୫ ରୁ ୨୦ ତାରିଖଖାଲି ଆଖିକୁ ଦେଖାଯିବରସଂଭାବନା ରହିଛି। ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲିକିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି।

ଅକ୍ଟୋବର ମାସ ୧୨ ତାରିଖରେପ୍ରାୟ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ।୧୫ତାରିଖ ସନ୍ଧ୍ୟା ୬:୧୫ ସମୟରେପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୬ଡିଗ୍ରୀ ଉପରେ ଏହା ଦେଖାଯିବ।ପରେ ଧିରେଧିରେ ତଳଆଡ଼କୁ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ।

- Advertisement -

ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୬:୧୫ରେପୂର୍ବଦିନ ଠାରୁ ପ୍ରାୟ ୪ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ୍ ଅଧିକ ସମୟ ନେବ। ଏହିପରି ଦିନ ପରେ ଦିନ ଧିରେ ଧିରେ ଏହା ଉପରରୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ଡିଗ୍ରୀଉପରେ ପହଞ୍ଚିବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ବଳତା କମି କମି ୨୦ ତାରିଖପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ ।‘ସି/୨୦୨୩ ଏ-୩’ଧୂମକେତୁଟିପୁଣି ଆଉଥରେ ଆମ ପାଖକୁ ଆସିବ ଆଉ ୮୦ ହଜାର ବର୍ଷ ପରେ।

ଏଠାରେ ସୂଚାଇଦିଆଯାଇ ପାରେ ଯେ ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତାକୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍‌ସା ଲାଞ୍ଜଟିଏ ଦେଖାଯିବ। ବିଭିନ୍ନ ଫଟୋ ବା ଟିଭିରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେବଡ ଓ ଉଜ୍ଜଳ କେବେବି ଖାଲି ଆଖିକୁ ଦେଖାଯିବ ନାହିଁ।ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଫଟୋ ଓ ଚିତ୍ର ଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇ କମ୍ପ୍ୟୁଟର୍‌ରେ ପ୍ରକ୍ରିୟାକରଣ କରାଯାଇଥାଏ।

ଧୂମକେତୁଟିକୁ ଦେଖିବାପାଇଁ ଅକ୍ଟୋବର ମାସ ୧୫ ରୁ ୨୦ ତାରିଖ ମଧ୍ୟରେ ଏକ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ପଶ୍ଚିମ ଦିଗ୍‌ବଳୟ ବାଛନ୍ତୁ।ଦୀର୍ଘ ୨୭ ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକ ଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଅସଂଖ୍ୟ ଛାତ୍ରଛାତ୍ରୀ ଏପରି ଏକ ବିରଳ ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories