www.samajalive.in
Wednesday, December 10, 2025
26.1 C
Bhubaneswar

ଅଲିମ୍ପିଆନ ଅମିତ୍‌ ରୋହିଦାସଙ୍କୁ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ସମ୍ୱର୍ଦ୍ଧନା

ଡ଼େସ୍କ: କଟକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ହକି ଅଲିମ୍ପିଆନ ଅମିତ୍‌ ରୋହିଦାସଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଲାଭ କରିଥିଲା। ୧୯୯୩ ମସିହା ମେ ୧୦ ତାରିଖରେ ହକିର ଉତ୍ପତ୍ତି ସ୍ଥଳ ସୁନ୍ଦରଗଡର ସୌନମାରାରେ ଜନ୍ମ ଗ୍ରହଣ କରିଥିବା ଅମିତ୍‌ ରାଉଲକେଲାର ପାନପୋଷ ଠାରେ ବିଧିବଦ୍ଧ ଭାବରେ ଶିକ୍ଷା ଗ୍ରହଣ କରିଥିଲେ। ୨୦୦୯ରେ ମିଆଁମାରରେ ଆୟୋଜିତ ଅଠର ବର୍ଷରୁ କମ୍ ଭାରତୀୟ ଜୁନିଅର ହକି ଦଳରେ ସେ ପ୍ରଥମେ ଖେଳିବାକୁ ସୁଯୋଗ ପାଇଥିଲେ। ଏହି ଖେଳରେ ସେ ସାତଟି ଗୋଲ କରି ଷ୍ଟାର ଖେଳାଳୀର ଆଖ୍ୟା ପାଇଥିଲେ ଏବଂ ଭାରତୀୟ ଦଳ ପଞ୍ଚମ ସ୍ଥାନରେ ରହି ପାରିଥିଲା। ୨୦୧୩ରେ ଇପୋରେ ଆୟୋଜିତ ଏସିଆ କପ୍ ହକିରେ ସିନିୟର୍ ଦଳରେ ଖେଳିବାର ସୁଯୋଗ ପାଇଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ସେଥ୍‌ରେ ଦଳ ରୌପ୍ୟ ପଦକ ଜିତିପାରିଥିଲା। ମାଲେସିଆରେ ଅନୁଷ୍ଠିତ ଯୋହର କପ୍ ହକି ପ୍ରତିଯୋଗିତାରେ ଅମିତ୍ ରୌପ୍ୟ ବିଜେତା ଦଳର ଏକ ଅଂଶ ମଧ୍ୟ ଥିଲେ।

ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପରିଚାଳନା ନିର୍ଦ୍ଦେଶକ ତଥା ଓଡ଼ିଶା ଆଥଲେଟିକ ଆସୋସିଏସନର ସଭାପତି ଡଃ ଜି ଏସ ପଟ୍ଟନାୟକ ଷ୍ଟାର ହକି ଖେଳାଳୀ ଅମିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକ, ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକେଶ ସରାଫ, ପ୍ରଶାସକ ଜି ଏସ ପଣ୍ଡା, ଇଞ୍ଜିନିୟର ରାହୁଲ ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଅମିତ ରୋହିତ ଦାସ ନିଜ ବକ୍ତବ୍ୟରେ କହିଥିଲେ ଖେଳାଳୀ ଜୀବନରେ ଅନେକ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିଥାଏ କିନ୍ତୁ ଧୈର୍ଯ୍ୟ ନ ହରାଇ ଏକାଗ୍ରତା ସହ ଖେଳିଲେ ସଫଳତା ନିଶ୍ଚେ ଆସିବ। ଜୀବନରେ ସଂଘର୍ଷ ପରେ ହିଁ ମୁକୁଟ ପ୍ରାପ୍ତି ହୋଇଥାଏ। କାରଣ ପରିଶ୍ରମ କେବେ ବ୍ୟର୍ଥ ହୁଏନି । ସେଥିପାଇଁ ଓଡିଶା ହକି ଖେଳାଳୀ ଭାବରେ ଅଲିମ୍ପିକସ ମେଡାଲ ଲାଭ କରିବାର ଗୌରବ ସେ ଲାଭ କରିଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି। ସେ ଛାତ୍ରଛାତ୍ରୀ ମାନଙ୍କୁ ହକି ଖେଳିବାକୁ ଉତ୍ସାହିତ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଷ୍ଟାର ହକି ଖେଳାଳୀ ଅମିତଙ୍କ ସହ ବାର୍ତ୍ତାଳାପ କରିବା ସହ ହସ୍ତାକ୍ଷର ମଧ୍ୟ ସଂଗ୍ରହ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories