www.samajalive.in
Wednesday, December 10, 2025
26.1 C
Bhubaneswar

ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ କୋର୍ଟ ଚାଲାଣ 

ଜି ଉଦୟଗିରି: ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ହତ୍ୟା ଧମକ ଦେଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଗିରଫ ହୋଇଥିବା ଜଣାପଡିଛି।ବିବରଣୀରୁ ପ୍ରକାଶ ଯେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼ ରତିକାନ୍ତ ସାହୁଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ମିଲନ ଭୋଇ (୩୨) ହତ୍ୟା ଧମକ ଦେଇଥିବା ନେ଼ଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ରତିକାନ୍ତ ସାହୁଙ୍କ ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ମିଲନର ମୁଣ୍ଡ ଦୋଷ ଥିବା କାରଣରୁ ତାଙ୍କୁ ପାଗଳ ଡାକ୍ତରଖାନାର ଚିକିତ୍ସା କରାଯାଉଥିଲା।ଭଲ ହେବାପରେ ସେ ଡ୍ୟୁଟିରେ ଯୋଗଦେଇଥିବା ବେଳେ ଗତମାସ ୨୧ ତାରିଖରେ ହଠାତ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲା,ହେଲେ ପୁଣି ମୁଣ୍ଡ ଦୋଷ ବାହାରିଥିବା ଭାବି ଡାକ୍ତରଖାନା କର୍ମଚାରୀ ପୋଲିସ ସହାୟତାରେ ତାଙ୍କୁ ବ୍ରାହ୍ମଣପାଦ ସ୍ଥିତ ନିଜ ଘରେ ନେଇ ଛାଡିଥିଲେ।ହେଲେ ଆଜି ସେ ଘରୁ ଆସି ପୁଣି ମାରିଦେବାକୁ ଧମକ ଦେଇଥିବା ଶୁଣିବାକୁ ମିଳିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories