www.samajalive.in
Saturday, December 6, 2025
16.1 C
Bhubaneswar

ଗହଣା ସଫା କରିବା ଆଳରେ ସୁନା ହାର ନେଇଗଲେ ଠକ

ପାଟଣା: ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସିଂହବିଲା ଗ୍ରାମକୁ ୨ ଠକ ଆସି ସୁନା ରୂପା ଗହଣା ସଫେଇ ଆଳରେ ଅଭିନବ ଢ଼ଙ୍ଗରେ ମହିଳାଙ୍କ ଠାରୁ ସୁନା ହାର ନେଇ ଚମ୍ପଟ ମାରିଛନ୍ତି। ସିଂହବିଲା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକଙ୍କ ପତ୍ନୀ ବିଷ୍ଣୁପ୍ରିୟା ଖଡ଼ିରତ୍ନ ଘରେ ଥିବାବେଳେ ୨ଜଣ ବ୍ୟକ୍ତି ତାଙ୍କ ଘରକୁ ଆସି କମ ମୂଲ୍ୟରେ ଅଳଙ୍କାର ସଫା କରିଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ବିଷ୍ଣୁପ୍ରିୟା ତାଙ୍କ କଥାରେ ଭାସିଯାଇ ନିଜର ଦୁଇ ହଳ ରୂପା ପାଉଁଜି ସଫା କରିବା ପାଇଁ ଦେଇଥିଲେ। ଠକ ଦ୍ବୟ ପାଉଁଜିକୁ ଭଲ ଭାବେ ସଫା କରିଦେବା ପରେ ବିଷ୍ଣୁପ୍ରିୟାଙ୍କୁ ଦେଇଥିଲେ। ଏହା ଛଡ଼ା ବେକରେ ପିନ୍ଧିଥିବା ସୁନା ହାରକୁ ମଧ୍ୟ ସେମାନେ ନୂଆ ହେଲା ଭଳି ସଫା କରିଦେବେ ବୋଲି କହିଥିଲେ। ଏହାପରେ ବିଷ୍ଣୁପ୍ରିୟା ନିଜ ସୁନା ହାରଟିକୁ ମଧ୍ୟ ସେମାନଙ୍କୁ ସଫା କରିବା ପାଇଁ ଦେଇଥିଲେ। ଉଭୟ ଠକ ଚତୁରତାର ସହ ସୁନା ହାରଟିକୁ ଲୁଚାଇ ଦେଇ ଏକ ଜରିରେ କିଛି ଗୋଡ଼ି ଭର୍ତ୍ତି କରି ତରଳ ପଦାର୍ଥ ଥିବା ଏକ ତାଟିଆରେ ପୁରାଇ ବିଷ୍ଣୁପ୍ରିୟାଙ୍କୁ ଫେରାଇ ଦେଇଥିଲେ ଏବଂ ୧୦-୧୫ ମିନିଟ ପରେ ଖୋଲିଲେ ପୁରା ସଫା ହୋଇଯାଇଥିବ ବୋଲି କହିବା ସହ ସେଠାରୁ ପଳାଇଥିଲେ। କିଛି ସମୟ ପରେ ବିଷ୍ଣୁପ୍ରିୟା ତାଟିଆରୁ ଜରି ପୁଡିଆ ଖୋଲିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସ୍ୱାମୀ ଘରକୁ ଫେରିବା ପରେ ସେମାନେ ଠକେଇ ହୋଇଥିବା ସମ୍ପର୍କରେ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଘର ସିସିଟିଭିରେ ଠକ ଦ୍ବୟଙ୍କ ଫଟୋ ଥିବାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories