www.samajalive.in
Friday, December 5, 2025
17.1 C
Bhubaneswar

ରାସ୍ତା କଡରୁ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର

ଧାମରା: ଧାମରା ନିକଟସ୍ତ କରଞମାଳ ପଂଚାୟତରୁ ଏକ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ପ୍ରାପ୍ତ ଖବରରୁ ପ୍ରକାଶ କରଞମାଳ ପଂଚାୟତ ମୁନିପଦା ଠାରେ ଏକ ନବଜନ୍ନିତ ଶିଶୁ କନ୍ୟାକୁ କେହି ମା’ ଜନ୍ମ ଦେବା ପରେ ଏକ ପଲିଥିନରେ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା। ଶିଶୁ କନ୍ୟାର କାନ୍ଦ ଶୁଣି ମୁନିପଦା ଗ୍ରାମର ସୁମିତ୍ରା ମାଝୀ ସଂପୃକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ଧାମରା ମେଡିକାଲକୁ ଆଣିଥିଲେ। ଧାମରା ମେଡିକାଲର ଡ ଜନ୍ମେଞୟ ବେହେରା ଏବଂ ଡ.ଜଶ୍ୱଶିନୀ ମିଶ୍ର ସଂପୃକ୍ତ ଶିଶୁକୁ ପ୍ରାଥମିକ ଚିକିତ୍ସା କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମେଡିକାଲକୁ ଉନ୍ନତ ଚିକିତ୍ସା ପାଇଁ ପଠାଇ ଦେଇଥିଲେ। ଡ.ଜନ୍ମେଞୟ ବେହେରାଙ୍କ କହିବାନୁଯାୟୀ ସଂପୃକ୍ତ ଶିଶୁ କନ୍ୟାକୁ କେହି ଜନ୍ମ କରିବା ପରେ ପଲିଥିନରେ ବାନ୍ଧି ଫିଙ୍ଗି ଦେଇ ଯାଇଛନ୍ତି। ସଂପୃକ୍ତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବା ବେଳେ ମାତ୍ର ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାକୁ ସ୍ଥାନାନ୍ତରିତ କରାଯାଇଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories