www.samajalive.in
Saturday, December 6, 2025
17.1 C
Bhubaneswar

ବିଦ୍ୟାଳୟ ଅଧିକାରୀଙ୍କୁ ଦିଆଗଲା ଡିଜିଗଭ୍ ତାଲିମ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ପୂବାଶାସନ ହାଇସ୍କୁଲରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପର୍ଶନ ମାନଙ୍କୁ ଡିଜିଗଭ୍ ତାଲିମ ପ୍ରଦାନ କରାଯାଇଥିଲା। ପୂର୍ବରୁ ବିଦ୍ୟାଳୟମାନଙ୍କୁ ଆସୁଥିବା ସମଗ୍ର ଶିକ୍ଷାର ଅନୁଦାନ ଗୁଡିକ ପି.ଏଫ.ଏମ.ଏସ. ମାଧ୍ୟମରେ ଉଠାଣ କରାଯାଉଥିଲା। କିନ୍ତୁ ସରକାର ଚଳିତ ବର୍ଷ ଏହି ଆର୍ଥିକ ନେଣଦେଣ ସବୁକୁ ଡିଜିଗଭ୍ ମାଧ୍ୟମରେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସରକାରୀ ଅନୁଦାନ ଗୁଡିକ କିଭଳି ଡିଜିଗଭ୍ ମାଧ୍ୟମରେ ବିନିଯୋଗ ହୋଇପାରିବ ସେ ସମ୍ବନ୍ଧରେ ବିଇଓ କାର୍ଯ୍ୟାଳୟର ଦୁଇ ଜଣ ଆକାଉଣ୍ଟାଣ୍ଟ ଆଶୁତୋଷ ମିଶ୍ର ଏବଂ ଶ୍ରୀନିବାସ ମହାପାତ୍ର ସମସ୍ତଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଗୋବିନ୍ଦପୁର କ୍ଲଷ୍ଟର ସିଆରସିସି ଚିନ୍ତାମଣି ଓଝା, ଲକ୍ଷ୍ମୀନାରାୟଣପୁର କ୍ଲଷ୍ଟର ସିଆରସିସି ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: http://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

- Advertisement -

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories