www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟାଳୟ ଛାତରୁ ପାଣି ପଡୁଛି, ଅଧିକାରୀଙ୍କ ଦୃଷ୍ଟି ପଡୁନି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ କରଡ଼ା ପଦର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଛାତରୁ ଲୁହା ବାହାରି ଆଁ କରିଥିବା ବେଳେ ବର୍ଷାରେ ସିମେଣ୍ଟ ଖଣ୍ଡ ପଡ଼ିବା ସହ ଛାତରୁ ପାଣି ଗଳୁଛି ଯାହା ଫଳରେ ପିଲାଙ୍କୁ ପାଠପଢାରେ ଅସୁବିଧା ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଆଜିକୁ ୧୬ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରଥମରେ ୮ଜଣ, ଦ୍ୱିତୀୟରେ ୫ଜଣ, ତୃତୀୟରେ ୫ଜଣ, ଚତୁର୍ଥରେ ୪ଜଣ ଓ ପଞ୍ଚମରେ ୩ ଜଣ, ମୋଟ ୨୫ ଜଣ ଛାତ୍ରଛାତ୍ରୀ ସହ ଦୁଇଟି ଶିକ୍ଷକ ରହିଛନ୍ତି। ଦୟାନିଧି ଭୋଇ ପ୍ରଧାନ ଶିକ୍ଷକ ଓ ଚନ୍ଦ୍ରସିତୁ କରକରିଆ ସହକାରୀ ଶିକ୍ଷକ ଭାବେ ରହିଛନ୍ତି। ବିଦ୍ୟାଳୟରେ ତିନୋଟି କୋଠରୀ ରହିଛି। ଗୋଟିଏ ବିଦ୍ୟାଳୟର ଅଫିସ କାର୍ଯ୍ୟାଳୟ କରିଥିବା ବେଳେ ଦୁଇଟି ଶ୍ରେଣୀ କକ୍ଷରେ ୫ଟି ଶ୍ରେଣୀର ପିଲାମାନେ ବସି ପାଠ ପଡ଼ୁଛନ୍ତି। ଗୋଟିଏ କକ୍ଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଓ ଅନ୍ୟ କକ୍ଷରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟଟି ବହୁ ବର୍ଷ ହୋଇଥିବାରୁ ଛାତର ସିମେଣ୍ଟ ଖସି ଲୁହା ଛଡ଼ ଦେଖା ଯାଉଛି। ବର୍ଷା ହୋଇଥିବାରୁ ଅଫିସ କାର୍ଯ୍ୟାଳୟରେ ରଖିଥିବା କାଗଜ ପତ୍ର ଓ ମଧ୍ୟାହ୍ନ ଭୋଜନ ଚାଉଳ ସବୁ ଭିଜି ନଷ୍ଟ ହୋଇଯାଇଛି। ଛାତ୍ର ଛାତ୍ରୀ ଶ୍ରେଣୀ କକ୍ଷରେ ବସି ପାଠ ପଢିବା ସମୟରେ ଛାତରୁ ସିମେଣ୍ଟ ଖଣ୍ଡ ଗୁଡିକ ପଡୁଛି। ବଡ ବଡ ସିମେଣ୍ଟ ଖଣ୍ଡ ପଡି ଛାତ୍ର ଛାତ୍ରୀ ଖଣ୍ଡିଆଖାବରା ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ବିଷୟ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିର ସଭାପତି ରାମସିଙ୍ଗ କୁଲେସିକା ଓ ମକର ନେମାଲପୁରୀ ପଞ୍ଚାୟତ, ଆଞ୍ଚଳିକ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ଶିକ୍ଷା ଅଧିକାରୀ ଓ ବିଡ଼ିଓଙ୍କୁ ଲିଖିତ ଦେବା ସହ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟାଳୟର ମରାମତି କରାଯାଉ ନଥିବା କହିଛନ୍ତି। ପ୍ରଶାସନ ତୁରନ୍ତ ଉକ୍ତ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ତାହା ମରାମତି କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ସମସ୍ତ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଗୁଡିକ ବ୍ଲକ ତରଫରୁ ସମାଧାନ କରାଯିବ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ତରଫରୁ ଲିଖିତ ଦେଲେ ତାହା କାର୍ଯ୍ୟକାରୀ ହେବ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: http://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories