www.samajalive.in
Saturday, December 6, 2025
17.1 C
Bhubaneswar

ଭାଦ୍ରବ ପୂର୍ଣ୍ଣିମାରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ବେଦ ପ୍ରଚାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଆସନ୍ତା ଭାଦ୍ରବ ପୂର୍ଣ୍ଣିମା ଠାରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ, ବାର୍ଷିକ ଶ୍ରାବଣୀ ଉପାକର୍ମ ମହୋତ୍ସବ, ସପ୍ତାହବ୍ୟାପୀ ପାଳନ କରାଯିବ ବୋଲି ଆର୍ଯ୍ୟସାମଜ, ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥ ଶ୍ରୀ ଅରବିନ୍ଦ ନଗରଠାରେ ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି।

ବରିଷ୍ଠ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ ଆସନ୍ତା ଭାଦ୍ରବ ପୂର୍ଣ୍ଣିମା, ଚନ୍ଦ୍ରଶେଖପୁର ଶ୍ରୀ ଅରବିନ୍ଦ ନଗରଠାରେ ଥିବା ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ସକାଳ ୯ ଘଟିକା ସମୟରେ ବାର୍ଷିକ ଶ୍ରାବଣୀ ଉପାକର୍ମ ଓ ରକ୍ଷାବନ୍ଧନ ମହୋତ୍ସବକୁ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ଓ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ହରେକୃଷ୍ଣ ଶତପଥି ଯୋଗଦେବେ । ୨୦ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବର୍ଗର ବେଦ ଓ ବୈଦିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିବିଶେଷଙ୍କ ବାସଭବନରେ ଯଜ୍ଞ ଓ ବେଦ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

- Advertisement -

ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୬ ତାରିଖ ଦିନ ପ୍ରଫେସର ଡଃ ସଂଘମିତ୍ରା ମିଶ୍ରଙ୍କ ଶହୀଦନଗର ବାସଭବନରେ ଅନୁଷ୍ଠିତ ହେବ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସନ୍ଥ ସନ୍ନ୍ୟାସୀ, ବିଦ୍ୱାନ, ପଣ୍ଡିତ ଓ ବ୍ରହ୍ମଚାରୀମନେ ଯୋଗଦେବେ ବୋଲି ପଣ୍ଡିତ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଆର୍ଯ୍ୟସମାଜ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ବଦ୍ରୀନାଥ ପଟ୍ଟନାୟକ ଓ ସମ୍ପାଦକ ପଣ୍ଡିତ ବିନୋଦ ବିହାରୀ ଦାସ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories