www.samajalive.in
Saturday, December 6, 2025
14.1 C
Bhubaneswar

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଗିରଫ

ଅନୁଗୋଳ: ଅନୁଗୋଳ ଭିଜିଲାନ୍ସ ବିଭାଗ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁସବା ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ପଦ୍ମ ଚରଣ ପ୍ରଧାନ ନାମକ ଜଣେ ଵ୍ୟକ୍ତିଙ୍କର ଫାର୍ମ ଫଣ୍ଡ ଯୋଜନାରେ ମହିଳା ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ୱାମୀ ଶିଶିର ସାମଲ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ରାଜି ହୋଇ ଆଜି କିସ୍ତି ବାବଦ ୨୦ ହଜାର ଟଙ୍କା ଦିନ ପ୍ରାୟ ୨ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ୱାମୀ ଶିଶିରଙ୍କୁ ଦେଇଥିଲେ। ଏହାପୂର୍ବରୁ ପଦ୍ମଚରଣ ଏହି ଲାଞ୍ଚ ମାଗୁଥିବା ନେଇ ଅନୁଗୋଳ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ତେଣୁ ପଦ୍ମ ଚରଣ ଲାଞ୍ଚ ଦେଇଥିବା ୨୦ ହଜାର ଟଙ୍କାରେ ପୂର୍ବରୁ ବିଭାଗ ପକ୍ଷରୁ କେମିକାଲ ରଙ୍ଗ ବୋଳା ଯାଇଥିଲା। ଡ଼ିଏସପି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଜି କଟକ ଡିଭିଜନ ଓ ଅନୁଗୋଳ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଯୋଜନା କରି ଛପି ରହିହିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାମାଲିଙ୍କ ନିର୍ଦେଶରେ ତାଙ୍କ ସ୍ୱାମୀ ଶିଶିର ଟଙ୍କା ନେଇ ପକେଟରେ ରହିଥିବା ବେଳେ ବିଭାଗ ପକ୍ଷରୁ ମାଡି ବସିଥିଲେ। ଏହାପରେ ତାଙ୍କ ପାଖରୁ ଜବତ ହୋଇଥିବା କେମିକାଲ ବୋଳା ଟଙ୍କାକୁ ଜବତ କରି ତାଙ୍କ ପ୍ୟାଣ୍ଟ ପକେଟ ଓ ଟଙ୍କାରୁ ନାଲିପାଣି ବାହାରି ଥିଲା। ଏହାପରେ ପଞ୍ଚାୟତ କାର୍ଯ୍ୟାଳୟର କାଗଜ ପତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହ ଉଭୟଙ୍କୁ ଗିରଫ କରି ଅନୁଗୋଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି। ସୁସବା ପଞ୍ଚାୟତରେ ଆଉ କଣ କଣ ଦୁର୍ନୀତି ହୋଇଛି ତାର ତଦନ୍ତ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories