www.samajalive.in
Friday, December 5, 2025
26.1 C
Bhubaneswar

ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲା – ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ: ଜଣେ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ସହିତ ଜୀବନରେ ମାରିଦେବା ପାଇଁ ଧମକ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରାଜେଶ ଦାସଙ୍କ ଇଜିଲାସରେ ଅନୁଷ୍ଠିତ ହୋଇ ଅଭିଯୁକ୍ତକୁ ୨୫ ବର୍ଷ ଜେଲଦଣ୍ଡ ସହିତ ୬୦ ହଜାର ଟଙ୍କା ଜରିମାନ ଓ ଜରିମାନା ଅନାଦେୟ ଅଧିକା ୭ ମାସ ସଶ୍ରମ କାରାଦଣ୍ଡ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି। ଅଭିଯୁକ୍ତ ଜଣକ ହେଲେ ଖଜୁରିପଡ଼ା ଥାନା ଅଞ୍ଚଳର ହେମନ୍ତ ମଲିକ ଓରଫ୍‌‌ ପବନ (୨୧)। ଡାକ୍ତରୀ ରିପୋର୍ଟ, ୧୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାରକରି ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି।

ଗତ ୯.୬.୨୦୨୨ ତାରିଖରେ ଖଜୁରିପଡ଼ା ଥାନା ଅଞ୍ଚଳର ଏକ ଗ୍ରାମରେ ପର୍ବତପୁଜା ଉପଲକ୍ଷେ ହେଉଥିବା ଭୋଜି ଖାଇବା ପାଇଁ ଜଣେ ୪ ବର୍ଷର ଶିଶୁ କନ୍ୟା ନିଜର ଜଣେ ସାଙ୍ଗ ସହିତ ଭୋଜି ସ୍ଥାନକୁ ଯାଇଥିଲେ। ଛୋଟ ଶିଶୁ ଥିବା ଯୋଗୁଁ ସେ ଭୋଜି ଖାଇ ସାରିବା ପରେ ନିଜ ଘରକୁ ଆସିବା ପାଇଁ ନିଜ ଗ୍ରାମର ଜଣେ ସଂପର୍କିୟ ଚାଚା ହେମନ୍ତ ମଲିକକୁ ଘରେ ଛାଡ଼ିଦେବା ପାଇଁ କହିଥିଲେ। ହେମନ୍ତ ଘରେ ଛାଡ଼ିଦେବି କହି ଜୋର ଜବରଦସ୍ତ ଏକ ବିଳମାଳକୁ ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବହୁ ସମୟ ପର୍ଯ୍ୟନ୍ତ ଶିଶୁ କନ୍ୟା ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିବା ବେଳେ ଦୀର୍ଘ ସମୟ ପରେ ଘର ପାଖରେ ଥିବା ଏକ ପଣଷ ଗଛ ନିକଟରେ ପିଡ଼ିତାଙ୍କ ମାଆ ଉଭୟଙ୍କୁ ଦେଖି ନିଜ ଶିଶୁକୁ ଉଦ୍ଧାର କରିଥିଲେ। ସେହି ସମୟରେ ଶିଶୁ ଜଣକ ବହୁ ଭୟଭୀତ ହୋଇ ପଡ଼ିଥିବାର ପୀଡିତାଙ୍କ ମା’ ଦେଖିଥିଲେ। ତେବେ ୧୨.୬.୨୦୨୨ ତାରିଖରେ ଶିଶୁ ଜଣକ ଘରେ ଗାଧୋଇବା ସମୟରେ ତାଙ୍କ ମାଆ ତାଙ୍କୁ ସେହିଦିନର କଥା ପଚାରିବାରେ ପୀଡିତା ଜଣକ ଘଟଣା ସମ୍ପର୍କରେ ତାଙ୍କୁ ମାଆଙ୍କୁ ଗୋଟି ଗୋଟି କରି ସବୁକଥା କହିଥିଲେ। ଏହି କଥା କାହାରିକୁ କହିଲେ ତଣ୍ଟିଚିପି ମାରିଦେବ ବୋଲି ଅଭିଯୁକ୍ତ ଭୟଭିତ କରିଥିବା ଯୋଗୁଁ ଶିଶୁ ଜଣକ ନିରବ ରହିଥିବାର ନିଜ ମାଆଙ୍କ ଠାରେ ପ୍ରକାଶ କରିଥିବା ବେଳେ ସେହିଦିନ ହିଁ ପିଡ଼ିତାଙ୍କ ମାଆ ଲିଖିତ ଭାବେ ଖଜୁରିପଡ଼ା ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‌‌ ୭୪ା୨୨ରେ ଏକ ମାମଲା ରୁଜୁକରି ସଂପର୍କିୀୟ ଚାଚା ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ମାମଲାର ଶୁଣାଣି କରାଯାଇ ରାୟ ପ୍ରକାଶ ପାଇ ଉପରୋକ୍ତା ଦଣ୍ଡାଦେଶ ଦିଆଯାଇଥିବା ପ୍ରକାଶ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories