www.samajalive.in
Monday, December 15, 2025
24.1 C
Bhubaneswar

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଶନିବାର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଦରବାରହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଜିଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତାଙ୍କୁ ନେଇ ଅନୁଷ୍ଠିତ ହୋଇôଥଲା ଏହି କାର୍ଯ୍ୟକ୍ରମ। ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ବ୍ଲକ, ପଞ୍ଚାୟତସ୍ତରର ଟାସ୍କଫୋର୍ସ ଅନୁରୂପ ଭାବେ ନିଜସ୍ତରରେ ବୈଠକ କରି ଜିଲା ଟାସ୍କଫୋର୍ସକୁ ତଥ୍ୟ ପ୍ରଦାନ କରିବା ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଆଗାମୀ ୧୫ଦିନ ମଧ୍ୟରେ ଜିଲାର ସମସ୍ତ ଅଙ୍ଗନବାଡ଼ିକର୍ମୀ ମାନେ ନିଜ ନିଜ କେନ୍ଦ୍ର ଅଧୀନରେ ଥିବା ଅନାଥ ଓ ଏକାକୀ ମାତା କିମ୍ବା ପିତାଙ୍କ ସହିତ ଥିବା ଶିଶୁମାନଙ୍କୁ ଚିହ୍ନଟ ନିମନ୍ତେ ସୂଚନା ପ୍ରଦାନ କରିଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ମିତା ନାୟକ ଏହି ସଭାରେ ଯୋଗଦେଇ ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମାନଙ୍କୁ ବାଲ୍ୟବିବାହ ମୁକ୍ତ ବିବେଚିତ ଗ୍ରାମ ଗୁଡିକର ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାଏକ ଝିଅ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ହାତକୁ ନିଆଯାଇଥିବା ତାଲିମ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳି ନିର୍ମାଣ ଶ୍ରମିକ ଓ ପିଲାଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିଭୁତି ଭୂଷଣ ଦାଶ, ଜିଲା ସଂଯୋଜକ ପ୍ରିୟଙ୍କା ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟବିବାହ ନିରାକରଣ ଓ କିଶୋରି ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ବ୍ଲକର ଶିଶୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories