ରାଜ୍ୟସ୍ତରୀୟ ଶିଶୁ ମେଳାରେ ବରଗଡ଼ର ତିନି ପ୍ରତିଭା ପୁରସ୍କୃତ

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଦ୍ଵାରା ଆୟୋଜିତ ୪୦ ତମ ରାଜ୍ୟସ୍ତରୀୟ ଶିଶୁ ମେଳା, କଟକ ଓଷ୍ଟା ନିଜସ୍ଵ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିଶୁ ମେଳା ତିନି ଦିନ ଧରି ଚାଲିଥିଲା। ଏଥିରେ ରାଜ୍ୟର ପ୍ରତି ଜିଲ୍ଲାରୁ ୩୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କଣ୍ଠ ସଙ୍ଗୀତ, ଏକକ ନୃତ୍ୟ, ଗଳ୍ପ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, କବିତା ଆବୃତ୍ତି, ତର୍କ, ଏକକ ଅଭିନୟ ସାଧାରଣ ଜ୍ଞାନ ଓ କୁଇଜ୍ ଆଦି ୧୦ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା। ପ୍ରତି ଜିଲ୍ଲା ସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିଥିଲେ। ବରଗଡ଼ ଜିଲ୍ଲାରୁ ମଧ୍ୟ ୧୦ ଜଣ ପ୍ରତିଯୋଗୀ ଗାଇଡ ଶିକ୍ଷକ ଚୂଳଧର ମେହେର ଓ ଶିକ୍ଷୟିତ୍ରୀ ଅନସୂୟା୍ ଦେବତାଙ୍କ ତତ୍ତ୍ଵାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଅତାବିରା ବ୍ଲକ ଲାଦର ପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନବମ ଶ୍ରେଣୀ ଛାତ୍ରୀ ଭବ୍ଯା ଭର୍ଲ୍ଲିକା ପ୍ରଧାନ ଏକକ ନୃତ୍ୟରେ ଦ୍ଵିତୀୟ ସ୍ଥାନ ଓ ଶୁଭଙ୍କର ସାହୁ ସାଧାରଣ ଜ୍ଞାନରେ ଚତୁର୍ଥ ସ୍ଥାନ (ସାନ୍ତ୍ୱନାମୂଳକ), ଭେଡେନ ବ୍ଲକର ଭିଏସଏସଏସ ଉଚ୍ଚ ବିଦ୍ୟାଳୟ, ବହଳପାଲିର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ଦାଶ ତର୍କରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

Comments are closed.