ରେଙ୍ଗାଲିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ପରିସରରେ ଆଜି ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୨ଟି ଜନ ଅଭିଯୋଗର ଫଇସଲା କରାଯାଇଥିଲା। ରେଙ୍ଗାଲି ବ୍ଲକ ସୀମାନ୍ତରେ ଥିବା ଜମନକିରା ବ୍ଳକ୍ ମହଦା ଗ୍ରାମର ଚାଷୀଙ୍କ ଧାନ ଏକମାସ ହେଲା ମଣ୍ଡିରେ ପଡିଥିଲେ ମଧ୍ୟ ଧାନ ଉଠାଇବାକୁ ମିଲର୍ସ ଆସୁ ନଥିବା ଏବଂ ମନଇଚ୍ଛା କଟନୀ ଛଟନୀ କରାଯାଇ ଶୋଷଣ କରାଯାଉଛି ବୋଲି ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ରେଙ୍ଗାଲି ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଭିଯୋଗକାରୀ ମାନେ ଆବାସ ଯୋଜନାରେ ଘର ଯୋଗାଇଦେବା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ସହାୟକ ଉପକରଣ ଯୋଗାଇ ଦେବା ପାଇଁ ଦାବି କରିଥିଲେ।
Comments are closed.