ବୌଦ୍ଧ: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଦୁଇଦିନ ଧରି ହରଭଙ୍ଗା ବ୍ଲକ ର ଆଡେଣିଗଡ଼଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଚାରିଛକ ମିଶନ ଶକ୍ତି ସଭାଗୃହ ଠାରେ ଦୁଇଦିନଧରି ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ – ୨୦୨୨, ଲିଙ୍ଗଗତ ବୌଷମ୍ୟ ଏବଂ ବେଟି ବଚାଓ ବେଟି ପଢ଼ାଅ କାର୍ଯ୍ୟକ୍ରମ ଉପରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିନରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଶୁଭ ପ୍ରକାଶ ଦାସ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ, ପୋଷ୍ୟ ସନ୍ତାନ ଆଇନ – ୨୦୨୨ ଉପରେ ଆଲୋଚନା କରିବା ସହ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଯୋଗ ଦେଇ ଆଇନ୍ ଅନୁଯାଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ବାଲ୍ୟ ବିବାହ ନିରାକରଣ ଆଇନ ଉପରେ ଆଲୋକପାତ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ହରଭଙ୍ଗା ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଅରୁଣ କୁମାର ପାଢ଼ୀ ଯୋଗ ଦେଇ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ହେଲେ କାର୍ଯକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଆଶାକର୍ମୀ ଯୋଗ ଦେଇଥିଲେ।
Popular Categories



