ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଝଣ୍ଡା ଯାତ୍ରା
ସମ୍ବଲପୁର: ଚଳିତ ବର୍ଷର ହନୁମାନ ଜୟନ୍ତୀ ପାଳନ ନିମନ୍ତେ ସମ୍ବଲପୁର ଠାରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଝଣ୍ଡା ଯାତ୍ରା ଶନିବାର ଆୟୋଜିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଜିଲା ସ୍କୁଲ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରରେ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଏହି ଝଣ୍ଡା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଝଣ୍ଡା ଶୋଭାଯାତ୍ରାରେ ଶତାଧିକ ସମିତି ସଦସ୍ୟ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ଯାଇ ଜିଲାସ୍କୁଲ ଛକ, ଭୁତାପଡ଼ା ଛକ, ବରଗଛପଡ଼ା, ମଝିପାଲି, ସୁନାପାଲି, କମଲାପଡ଼ା, ଗେଙ୍ଗୁଟିପାଲି, ଧନକଉଡା ଆଦି ସ୍ଥାନରେ ହନୁମାନ ଜୟନ୍ତୀ ପାଇଁ ଝଣ୍ଡା ସ୍ଥାପନ କରିଥିଲେ। ସମିତିର ସଭାପତି ଡା. ରାଜକୁମାର ବଡପଣ୍ଡା, ସମ୍ପାଦକ ସମୀର ରଞ୍ଜନ ବାବୁ, କୋଷାଧ୍ୟକ୍ଷ ଅନୀଲ ବେହେରା, ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ପଣ୍ଡା, ନନ୍ଦ କିଶୋର ମିଶ୍ର, ସୌମିତ୍ର ଜତି ଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ୧୨ ତାରିଖରେ ବିଶାଳ ବାଇକ ରାଲି ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ର ହେବ ବୋଲି ଆୟୋଜକ ସମିତି ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.