ଛାତ୍ରଛାତ୍ରୀ ଦେଖାଇଲେ ଦକ୍ଷତା, ପ୍ରଦର୍ଶନ କଲେ ପ୍ରତିଭା

ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ଅତିରିକ୍ତ ପାଠ୍ୟକ୍ରମ ପ୍ରତିଭା ପ୍ରତିଯୋଗିତାର ଦ୍ବିତୀୟ ଦିବସ

ଭୁବନେଶ୍ବର: ଛାତ୍ରଛାତ୍ରୀ ଦେଖାଇଲେ ଦକ୍ଷତା, ପ୍ରଦର୍ଶନ କଲେ ପ୍ରତିଭା। ନିଜର ବାକ ଚାତୁରି ମାଧ୍ୟମରେ ସେମାନେ ଯେଭଳି ତର୍କ ଓ ବକ୍ତୃତା ପ୍ରଦର୍ଶନ କରିଥିଲେ, ଠିକ ସେଭଳି ଏକକ ଅଭିନୟ, ଏକାଙ୍କିକାରେ ସେମାନଙ୍କ ଜୀବନ୍ତ ଅଭିନୟ ବିଚାରକମଣ୍ଡଳୀଙ୍କୁ ମୁଗ୍ଧ କରିଦେଇଥିଲେ। କୁଇଜରେ ଜ୍ଞାନର ଭଣ୍ଡାରକୁ ଖୋଲି ଚଟାପଟ ଉତ୍ତର ଦେଇଥିବାଳେ ଚିତ୍ରାଙ୍କନରେ ଜଣେ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭଳି ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ। ସେହିପରି ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ଏକାଙ୍କିକା ନାଟକରେ ବିଭିନ୍ନ ସାମାଜିକ, ରାଜନୈତିକ ତଥା ସାଂସ୍କୃତିକ ବାର୍ତ୍ତା ପ୍ରତିଫଳିତ ହୋଇଥିଲା। ବକ୍ତୃତା, ଚିତ୍ରାଙ୍କନ, ଏକକ ଅଭିନୟ, ଏକାଙ୍କିକା, ତର୍କ, କୁଇଜ, ବାଦ୍ୟଯନ୍ତ୍ର ଭିତ୍ତିକ ସଙ୍ଗୀତ, ଆଦିରେ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ଅତିରିକ୍ତ ପାଠ୍ୟକ୍ରମ ପ୍ରତିଭା ପ୍ରତିଯୋଗିତାର ଥିଲା ଦ୍ବିତୀୟ ଦିବସ। ରାଜନୀତି ବିଜ୍ଞାନ ବିଭାଗର ପ୍ରେକ୍ଷାଳୟରେ ‘ଅମଲାତାନ୍ତ୍ରିକ ରାଜନୀତି ହିଁ ଗଣତନ୍ତ୍ରର ପ୍ରତିବାଦୀ’ ଶୀର୍ଷକ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ପ୍ରତିଯୋଗୀମାନେ ବକ୍ତୃତା ଦେଇ କହିଥିଲେ ଯେ ବ୍ୟକ୍ତିଗତ ସ୍ୱାର୍ଥକୁ ପରିହାର କରି ଗଣତନ୍ତ୍ରର ଦାୟିତ୍ବ ନେବା କଥା ଅମଲାତନ୍ତ୍ର। ପୁଣି ଯେଉଁଠି ଗଣତନ୍ତ୍ରର ପର୍ବ ତଥା ସାଧାରଣ ନିର୍ବାଚନ ପ୍ରକ୍ରିୟା ଅମଲାତନ୍ତ୍ର ଦ୍ବାରା ସଂପୂର୍ଣ୍ଣ ଭାବରେ ପରିଚାଳିତ, ସେଠାରେ ଅମଲାତାନ୍ତ୍ରିକ ରାଜନୀତି ଗଣତନ୍ତ୍ରର ପ୍ରତିବାଦୀ ହେବ ନାହିଁ ଓ ଆଶା ରଖିବା ବୃଥା ବୋଲି ଓଡ଼ିଆ ବିତର୍କ ପ୍ରତିଯୋଗିତା ଅବସରରେ ସେମାନେ କହିଥିଲେ। ଇତିହାସ ବିଭାଗରେ ‘ଭାରତୀୟ ଶିକ୍ଷା ପଦ୍ଧତି ବେରୋଜଗାରୀର ମୂଳ କାରଣ କି?’ ଶୀର୍ଷକ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଇ-ପାଠାଗାର ବିଭାଗରେ ‘ଯୁଦ୍ଧ ସମୟରେ ଆଶା ଓ ନିରାଶା’ ଶୀର୍ଷକ ଚିତ୍ରାଙ୍କନ ଏବଂ ସ୍ନାତ୍ତକୋତର ପରିଷଦ ପ୍ରେକ୍ଷାଳୟରେ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

prayash


ଉତ୍କଳ ବିଶ୍ବବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ଅତିରିକ୍ତ ପାଠ୍ୟକ୍ରମ ପ୍ରତିଭା ପ୍ରତିଯୋଗିତାର ଉଦଯାପନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଉଦ୍ୟାପନ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଯୋଗଦେବାର କାର୍ୟ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସୂଚନା ଦେଇଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ସହିତ କୁଳସଚିବ ଡ.ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାସ୍ଥଳ ପରିଦର୍ଶନ ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

kalyan agarbati

Comments are closed.