www.samajalive.in
Sunday, December 7, 2025
14.1 C
Bhubaneswar

କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ : ଓଡ଼ିଶା ହାଇକୋର୍ଟ

କଟକ: ଆସନ୍ତାକାଲି କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ । ଧର୍ମଘଟ ବେଳେ କଂଗ୍ରେସ ସାଧାରଣ ଜନତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ । ଜବରଦସ୍ତି ଭାବେ ମାର୍କେଟ୍ ବନ୍ଦ, ଗାଡ଼ି ଚଳାଚଳରେ ବାଧା ଦିଆଯାଇ ପାରିବ ନାହିଁ । ଓଡିଶା ବନ୍ଦ କୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ଅନୁଯାୟୀ ଆନ୍ଦୋଳନକାରୀ ଜୋର ଜବରଦସ୍ତ ଦୋକାନ ବଜାର, ଗାଡି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଗଣତନ୍ତ୍ର ପଦ୍ଧତିରେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଯଦି କେହି ନିୟମ ଉଲଂଘନ କରି ଆନ୍ଦୋଳନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଅର୍ଥାତ ସାଧାରଣ ଲୋକଙ୍କ ଜନଜୀବନ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଅଖଚକ ବନ୍ଦ ଡାକରାକୁ ନେଇ ନରେଶ ଚନ୍ଦ୍ର ମିଶ୍ର ନାମକ ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ଗୁରୁତ୍ୱର ଭାବେ ବିଚାର କରି ଏପରି ନିର୍ଦେଶ ଦେଇଛନ୍ତି। ଅନଲାଇନ୍ ଶୁଣାଣି କରି ହାଇକୋର୍ଟ ବନ୍ଦକୁ ମନା କରି ଦେଇଛନ୍ତି। ଶୁଣାଣି ସମୟରେ ସିଏମସି କମିଶନର, ପୋଲିସ କମିଶନର, ଡିଜିପି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories