www.samajalive.in
Tuesday, December 9, 2025
16.1 C
Bhubaneswar

ସରଳୀକୃତ ଇଲୋକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥା ଇ-ରିସିପଫ ୨.୦ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ ମନ୍ତ୍ରକୁ ଆଧାର କରି ରାଜ୍ୟ ଅର୍ଥ ବିଭାଗ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍‌.ଏମ୍‌.ଏସ୍‌) ଅନ୍ତର୍ଗତ ଇ-ରିସିଟ୍‌ ଓ ଇ-ବିତରଣ ପ୍ରକ୍ରିୟାରେ ଇ-ଗଭର୍ଣ୍ଣାନ୍ସକୁ ତ୍ୱରାନ୍ୱିତ କରିବା ସହ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏକାଧିକ ନୂତନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି।

ଏହି କ୍ରମରେ ପୁନଃସରଳୀକୃତ ଇଲୋକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥା ଇ-ରିସିପଫ ୨.୦ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। ଇ-ରିସିପଫ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପାଇଁ ନୂତନ ମାଧ୍ୟମ ଯଥା କାର୍ଡ, ୟୁପିଆଇ ଆଇଡି, କୁ୍ୟଆର୍‌ କୋଡ୍‌ ଓ ୱାଲେଟ୍‌ର ପ୍ରଚଳନ କରାଯାଇଛି। ଏଥି ସକାଶେ, ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ଇଣ୍ଡିଆନ୍‌ ବ୍ୟାଙ୍କ ଓ ଆକ୍ସିସ୍‌ ବ୍ୟାଙ୍କର ପେମେଣ୍ଟ ଗେଟ୍‌ୱେ ଯଥା ବିଲ୍‌ ଡେକ୍ସ ଓ ସିସି ଆଭେନ୍ୟୁର ସେବା ଗ୍ରହଣ କରିଛି। ଏହି ଉପଲକ୍ଷେ ରାଜ୍ୟ ସରକାର ଓ ଉପରୋକ୍ତ ଦୁଇ ଗୋଟି ବ୍ୟାଙ୍କ ମଧ୍ୟରେ ସେବାଭିତ୍ତିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

- Advertisement -

ଉକ୍ତ କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଅର୍ଥ ବିଭାଗ ଏହି ଇରିସିପଫ ୨.୦ ବ୍ୟବସ୍ଥାରେ ନୂତନ ଭାବେ ଯୋଡ଼ାଯାଇଥିବା ଦେୟ ପ୍ରଦାନର ମାଧ୍ୟମଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଚିବ ଶ୍ରୀ ପ୍ରଦୀପ ଜେନା ଇ-ଗଭର୍ଣ୍ଣାନ୍ସର ପ୍ରଚଳନ ପାଇଁ ଅର୍ଥ ବିଭାଗର ପ୍ରଚେଷ୍ଟା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ‘ମୋ ସରକାର’ର ଲକ୍ଷ୍ୟକୁ ପାଥେୟ କରି, ଇଲେକ୍‌ଟ୍ରୋନିକ୍‌ ରିସିଟ୍‌ ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରି ଜନସାଧାରଣମାନଙ୍କ ପାଖରେ ଉତ୍ତମ ସେବା ପହଞ୍ଚାଇବାରେ ଅର୍ଥ ବିଭାଗର ପ୍ରଚେଷ୍ଟାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲେ। ଏହି ସରକାରୀ କାର୍ଯ୍ୟକ୍ରମରେ ଟ୍ରେଜେରୀ ନିର୍ଦେଶକ ରୂପନାରାୟଣ ଦାସ, ଇଣ୍ଡିଆନ୍‌ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଓ ଅକ୍ସିସ୍‌ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories