www.samajalive.in
Tuesday, December 9, 2025
16.1 C
Bhubaneswar

ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ହେବ-କେନ୍ଦ୍ର ମନ୍ତ୍ରୀ

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲା ତଥା ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ହେବ ବୋଲି ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ର ଶ୍ରମ, ରୋଜଗାର , ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏଥିସହିତ ଗୋଲାମୁଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ବାରମ୍ବାର ଜେଲ ପଠାଯିବା ଘଟଣାର ଉଚିତ୍ ଜବାବ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ। ଗତ ବୁଧବାର ଗୋଲାମୁଣ୍ଡା ବ୍ଲକ୍ ଉଦେଶୃଙ୍ଗ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା।

ଏଥିରେ ଗୋଲାମୁଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରାୟ ଏକ ହଜାରରୁ ଅଧିକ କର୍ମୀଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ। ତାଙ୍କୁ ବ୍ଲକ୍ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଦୁଇ ଦୁଇ ଥର ଜେଲ ପଠାଯାଇଥିବା କହି ବିଧାୟକଙ୍କ ଉପରେ ବର୍ଷିଥିଲେ ବିନ୍ଦୁ। ବିଜେପି ଜିଲା ଉପସଭାପତି ଅଜୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ଦେଓ, ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ନେତୃବର୍ଗ ଯୋଗ ଦେଇଥିଲେ।

- Advertisement -

ସମସ୍ତ ବକ୍ତା ମାନେ ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିଜେପି ପଦକ୍ଷେପ ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିରୁ ଚଳିତ ନିର୍ବାଚନରେ ବିଜେପି ମମିତା ମେହେର ପ୍ରସଙ୍ଗ କୁ ପୁନର୍ଜୀବିତ କରିବାର ସୂଚନା ମିଳୁଛି।  ଅନ୍ୟ ପକ୍ଷରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ସଭାପାଇଁ ଏକଜୁଟ କରି ବିନ୍ଦୁ ମହାନନ୍ଦ ନିଜର ଦମ୍ ଦେଖାଇଲେ ବୋଲି ସବୁଠି ଚର୍ଚ୍ଚ ଚାଲିଛି। ସେଠାରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠେମରା ଗାଁରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ କେନ୍ଦ୍ର ମନ୍ତ୍ରୀ।

ଜିଲା ସାଧାରଣ ସମ୍ପାଦକ ଯୁଗଳ ପୋଢ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ, ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,  ଜୁନାଗଡ଼ ନଗରପାଲ ମୁକେଶ ଅଗ୍ରୱାଲ, ଶରତ ନାଏକ, ଲୋକନାଥ ଦୁର୍ଗା, ପ୍ରମୁଖ ଉଦବୋଧନ ଦେଇଥିଲେ। ମନ୍ତ୍ରୀ ଏଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories