ସୁନା ଦାମ୍ ଖସିଲା, ରୁପା ବଢିଲା

ନୂଆଦିଲ୍ଲୀ : ସୁନା ଦାମ୍ ୨ ତାରିଖରେ ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୦ ଟଙ୍କା ଶସ୍ତା ହୋଇ ୭୧,୬୭୦ ଟଙ୍କା ହୋଇଯାଇଛି । ତେବେ ରୂପା ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ଆଜି ଏକ କିଲୋ ରୂପା ଦାମ୍ ୬୯ ଟଙ୍କା ମହଙ୍ଗା ହୋଇ ୮୦,୧୧୯ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ୧ ମେରେ ରୂପା ୮୦,୦୫୦ ଟଙ୍କା ପ୍ରତି କିଲୋ ହୋଇଥିଲା । ୪ ମହାନଗର ଏବଂ ଭୁବନେଶ୍ବରରେ ସୁନା ଦାମ୍…

ଦିଲ୍ଲୀ- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ ୬୬,୪୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୭୨,୪୨୦ ଟଙ୍କା

ମୁମ୍ବାଇ- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ ୬୬,୨୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୭୨,୨୭୦ ଟଙ୍କା

କୋଲକାତା- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ ୬୬,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୭୨,୨୭୦ ଟଙ୍କା

prayash

ଚେନ୍ନାଇ- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ ୬୭,୧୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୭୩,୨୫୦ ଟଙ୍କା

ଭୁବନେଶ୍ବର- ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ ୬୬,୨୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୭୨,୨୭୦ ଟଙ୍କା

ସୂଚନା ଅନୁସାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ଦାମ୍ ୮,୩୧୮ ଟଙ୍କା ବଢିସାରିଛି । ୧ ଜାନୁୟାରୀରେ ସୁନା ୬୩,୩୫୨ ଟଙ୍କା ରହିଥିଲା ଯାହା ଏପର୍ଯ୍ୟନ୍ତ ୭୧,୬୭୦ ଟଙ୍କା ପ୍ରତି ୧୦ ଗ୍ରାମ ଛୁଇଁଛି । ସେହିଭଳି ଏକ କିଲୋ ରୂପା ଦାମ୍ ୭୩,୩୯୫ ଟଙ୍କାରୁ ବୃଦ୍ଧି ପାଇ ୮୦,୧୧୯ ଟଙ୍କାରେ ପହଞ୍ଚି ଯାଇଛି ।

୧୨୭ ବର୍ଷ ପୁରୁଣା ଭାରତର ଏହି କମ୍ପାନୀ ହେଲା ଦୁଇଫାଳ

Comments are closed.