www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ୱନାଥପୁର ଠାରେ ବିଜେଡିର ସଂକଳ୍ପ ସମାବେଶ

ଲାଞ୍ଜିଗଡ଼: ବିଜେଡିର ସୁଶାସନ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଆଜି ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜ୍ୟ ନିରନ୍ତର ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଷଷ୍ଠଥର ପାଇଁ ସରକାର ଗଠନ ବିଜେଡିର ଲକ୍ଷ୍ୟ ରହିଛି ବୋଲି ଆଜି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପଡିଆରେ ଆୟୋଜିତ ବିଶାଳ ସଂକଳ୍ପ ସମାବେଶରେ ବିଜେଡି ନେତୃବୃନ୍ଦ ନିଜ ନିଜ ବକ୍ତବ୍ୟରେ ଉଦବୋଧନ ଦେଇ ଏଡା କହିଛନ୍ତି। ସମାବେଶ ପୂର୍ବରୁ ଏକ ବିଶାଳ ରୋଡ଼ ଶୋ ସହିତ ନିଜର ଦମ ଦେଖାଇଛି ବିଜେଡି। ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ନେଇ ଲାଞ୍ଜିଗଡସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ୱନାଥପୁର ପହଞ୍ଚିଥିଲା।
ଉଭୟ ପ୍ରାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା। ଏହାପରେ ଦୁର୍ଗାମଣ୍ଡପ ପଡିଆରେ ଅନୁଷ୍ଠିତ ବିଶାଳ ସଂକଳ୍ପ ସମାବେଶରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଦଳୀୟ ପର୍ଯ୍ୟବେକ୍ଷକ ଜ୍ୟୋତ୍ସ୍ନାରାଣୀ ପରିଡା, ପରମାନନ୍ଦ ମାଝୀ, ଜିଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ହରିହର କୁମାର, ମନୋହର ହରପାଲ, ପାତ୍ର ମାଝୀ, ସୁଜାତା ଘଡେଇ, ସରସ୍ବତୀ ମୁଣ୍ଡା, ତୁଳସୀ ନାଏକ, ହରିଶଙ୍କର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।
ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ସଂକଳ୍ପ ସମାବେଶକୁ ପରିଚାଳନା କରିଥିଲେ ଜିଲା ବିଜେଡି ସମ୍ପାଦକ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ।  ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ବ୍ଲକରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଦଳୀୟ କର୍ମୀ ଯୋଗଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories