BJD Bijuli 480×75 Mob

ଧାମରାରେ ବିଜେପିର ଜନ ସମ୍ପର୍କରୁ ଜନ ସମର୍ଥନ ଏବଂ ମିଶ୍ରଣ ପର୍ବ

BJD Bijuli 480×75 Mob

ଧାମରା:ଧାମରାରେ ଭାରତୀୟ ଜନତା ପାର୍ଟିର ଜନ ସମ୍ପର୍କରୁ ଜନ ସମର୍ଥନ ଯାତ୍ରା ଆରମ୍ଭ କରିଛି। ଧାମରାଇ ମନ୍ଦିର ନିକଟରେ ଧାମରାଇ ମଣ୍ଡଳର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଭାରତ ସରକାରଙ୍କ ନୀତି, ବିକାଶ ମୂଳକ ଯୋଜନା,ଶିକ୍ଷା ସ୍ୱାସ୍ଥ୍ୟ ଉପରେ କେନ୍ଦ୍ର ସରକାରଙ୍କ ଭୂମିକା ନବ ନିର୍ମାଣ, ଗରିବ କଲ୍ୟାଣର ୯ବର୍ଷ ଉପରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କିପରି ସାହାଯ୍ୟ ଏବଂ ସହାୟତା କରିଛନ୍ତି ସେ ବିଷୟରେ ସାଧାରଣ ଜନତାଙ୍କୁ ବୁଝାଇବା ସହ ଆଗାମୀ ଦିନରେ ବିଜେପିକୁ ଭୋଟ ଦେବା ପାଇଁ କହିଥିଲେ।

ଏଥିସହ ଚାନ୍ଦବାଲି ନିର୍ବାଚନ ମଣ୍ଢଳୀରେ ବିଜେପି ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବା ସହ ଭଦ୍ରକରୁ ବିଜେପି ସଂସଦୀୟ ପ୍ରାର୍ଥୀ ଭାବେ ଅଭିମନ୍ୟୁ ସେଠୀଙ୍କୁ ମଧ୍ୟ ଭୈାଟ ଦେବାକୁ ଆହ୍ବାନ ଦେଇଥିଲେ। ପରେ କରଞ୍ଜମାଳ ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମା ଧାମରାଇ ମଣ୍ଡଳୀର ଯୁବ ମୋର୍ଚାର ସଭାପତି ତ୍ରିଦିବେଶ ପ୍ରଧାନଙ୍କ ନେତୃତ୍ୱରେ ୨୨ ପରିବାର ଅନ୍ୟ ରାଜନୈତିକ ଦଳ ଛାଡି ମନମୋହନ ସାମଲଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।

ଜନ ସମ୍ପର୍କ ରୁ ଜନସମର୍ଥନ ଏବଂ ମିଶ୍ରଣ ପର୍ବରେ ତ୍ରିଦିବେଶ ପ୍ରଧାନ, ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ବୁଧିନ ନାୟ.ରମାକାନ୍ତ ବେହେରା, ସମ୍ବିତ ବେହେରା,ମନୋଜ ଲେଙ୍କା, ରତିକାନ୍ତ ବାରିକ, ବୈକୁଣ୍ଠ ବେହେରା, ଭରତ ବାରିକ, ଦୀପକ ବେହେରା, ପ୍ରଦ୍ୱୀପ ସେଠୀ, ସମ୍ଭୁନାଥ ନାୟକ, ଜୟଦେବ ସେଠୀ, ପ୍ରଦ୍ୱୀପ ସାହୁ, ଉତମ କୁମାର ଦାସ, ମୁରଲୀଧର ନାୟକ, ସୋମନାଥ ବେହେରା, ପର୍ଶୁରାମ ସେଠୀ, ଧ୍ରୁବ ଜେନା ଚନ୍ଦ୍ର ଶେଖର ଜେନାଙ୍କ ସମେତ ବହୁ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ।

 

Comments are closed.