BJD Bijuli 480×75 Mob

କେନ୍ଦୁଝରରେ ଲୋକସଭା ଓ ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ

BJD Bijuli 480×75 Mob

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନରେ ବୁଧବାର ବିଜେଡି ପ୍ରାର୍ଥୀ ମୀନା ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜନଜାତିଙ୍କ ପାରମ୍ପରିକ ନୃତ୍ୟ ଗୀତ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ବିଜେଡି ନେତା ଓ ସମର୍ଥକଙ୍କ ଗହଣରେ କାଳୀପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦୁଝର ଉପଜିଲାପାଳ ତଥା ସଦର ବିଧାନସଭା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଜିଲାପରିଷଦ ସଭାପତି ସାଗରିକା ସାହୁ, ତେଲକୋଇ ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ପୂର୍ବତନ ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟ ଶଙ୍କର ଚକ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ପାଇକରାୟ, ଜିଲା ବିଜେଡି କୋଷାଧ୍ୟକ୍ଷ ରକ୍ଷାକର ସାହୁ, ପୂର୍ବତନ ବିଧାୟକ ଅଭିରାମ ନାୟକ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡି ନେତା ଦେବୁ ପଟ୍ଟନାୟକ, ବିଜେଡି ସମ୍ପାଦକ ଜ୍ଞାନରଞ୍ଜନ ପତି, ବାବି ଦାସ, ଝୁମ୍ପୁରା ବ୍ଲକ ବିଜେଡି ସଭାପତି କଫିଲ ଆନସାରୀ, ଜିଲାପରିଷଦ ସଦସ୍ୟ ଅରୁଣ କୁମାର ବାରିକ, ରଥ ମୁଣ୍ଡା, ଲିଳାବତୀ ମହାନ୍ତ, ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡା, ଅନୁସୂଚିତ ଜାତି ସେଲ ଅଧ୍ୟକ୍ଷ ଭରତ ଚନ୍ଦ୍ର ପାତ୍ର, ଜନଜାତି ସେଲ ଅଧ୍ୟକ୍ଷ ବାବୁରାମ ନାୟକ, କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାୟକ, ସଦର ବ୍ଳକ ଅଧ୍ୟକ୍ଷା ମାଳତୀ ନାୟକ, ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକଙ୍କ ସହ ସଦର, ଝୁମ୍ପୁରା ଓ ବାଂଶପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, କେନ୍ଦୁଝରଗଡ ପୌରପାଳିକାର କାଉନସିଲର, ୱାର୍ଡ କମିଟି ସଭାପତି, ଛାମୁଆ ସଙ୍ଗଠନର ପଦାଧିକାରୀ ଓ ଅନ୍ୟ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀମତୀ ମାଝୀ ପୂର୍ବରୁ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ରହିବା ସହିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେଡି ସହ ସେ ଦୀର୍ଘ ୨୦ବର୍ଷ ଧରି ସମ୍ପୃକ୍ତ ଥିବା ସହ ସମ୍ପ୍ରତି ଉତ୍ତର ଓଡିଶା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି।

ଏସ୍‌‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ କେନ୍ଦୁଝର ଲୋକସଭା ଆସନ ପାଇଁ ହରିହର ମୁଣ୍ଡା ଓ ପାଟଣା ବିଧାନସଭା ଆସନ ପାଇଁ ବେଣୁଧର ସର୍ଦ୍ଦାର ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି। ଉଭୟ ପ୍ରାର୍ଥୀ ସ୍ଥାନୀୟ ଧୋବାଡିହାଛକରୁ ହାତଗଣତି କିଛି ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ପ୍ରଥମେ ବେଣୁଧର ସର୍ଦ୍ଦାର ପାଟଣା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଯଦୁମଣୀ ମହଲାଙ୍କ ନିକଟରେ ପାଟଣା ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପରେ ଜିଲାପାଳ ତଥା ଲୋକସଭା ରିଟର୍ଣ୍ଣିଂ ଅଫିସର ବିଶାଲ ସିଂହଙ୍କ ନିକଟରେ ହରିହର ମୁଣ୍ଡା ନିଜ ସମଥ;ର୍କଙ୍କ ସହ କେନ୍ଦୁଝର ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଏଆଇକେକେଏମ୍‌‌ଏସ୍‌‌ ନେତା ତଥା ଏସ୍‌‌ୟୁସିଆଇ ରାଜ୍ୟ କମିଟି ସଦସ୍ୟ ରଘୁନାଥ ଦାସ ଓ ବିଜୟାନନ୍ଦ ମଲ୍ଲିକ, ଏସ୍‌‌ୟୁସିଆଇ ଜିଲା ସାଙ୍ଗଠନିକ କମିଟି ସମ୍ପାଦକ ପ୍ରକାଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ଉଭୟ ପ୍ରାର୍ଥୀ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଓ ଜିଲାର ମୌଳିକ ସମସ୍ୟାର ସମାଧାନକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉଭୟ ନେତା କହିଛନ୍ତି।

ତେଲକୋଇ ବିଧାନସଭା ଆସନ ପାଇଁ ଡାକ୍ତର ଫକୀର ମୋହନ ନାଏକ ଗୁରୁବାର କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣଂ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପୁନମ ବିନିତା ବାଗେଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେଲକୋଇ ବିଧାନସଭା ବିଜେପି ସଂଯୋଜକ ଉଦୟ କୁମାର ସାହୁ, ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ହରିହର ମହାନ୍ତ, ତେଲକୋଇ ନିର୍ବାଚନଣ୍ଡଳୀ ବିଜେପି ପ୍ରଭାରୀ ରାଜେଶ ସିଂଙ୍କ ସହିତ ପ୍ରାର୍ଥୀ ଡାକ୍ତର ନାଏକ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅବହେଳିତ ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ତାଙ୍କର ପ୍ରମୁଖ ମୁଦ୍ଦା ରହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ତେଲକୋଇବାସୀଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି ପ୍ରାର୍ଥୀପତ୍ର ଦାଖଲ ଅବସରରେ ଡାକ୍ତର ନାଏକ କହିଛନ୍ତି।

Comments are closed.