BJD Bijuli 480×75 Mob

ଏଣିକି ପୁରିବନି ଗାଡି ଟାଙ୍କି, ତେଲ ବିକ୍ରି ଉପରେ ଲାଗିଲା କଟକଣା

BJD Bijuli 480×75 Mob

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ କୌଣସି ବି ପ୍ରକାର ଗାଡି ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ଏଣିକି ଆପଣ ମନ ଇଛା ପେଟ୍ରୋଲ ବା ଡିଜେଲ ନିଜ ଗାଡିରେ ପକାଇପାରିବେନି । ଆଜ୍ଞା ହଁ, ତ୍ରିପୁରା ସରକାରଙ୍କ ତରଫରୁ ଗାଡି ପାଇଁ ଗୋଟିଏ ଦିନ ନିର୍ଦ୍ଧାରିତ ତେଲ କିଣିବାର ସୀମା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସରକାରଙ୍କ ତରଫରୁ ପେଟ୍ରୋଲ ପମ୍ପ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟ ସରକାର ରାଜ୍ୟରେ ଆକସ୍ମିକ ପରିସ୍ଥିତିକୁ ନଜରରେ ରଖି ପେଟ୍ରୋଲ ଡିଜେଲ କ୍ରୟ ଉପରେ କଟକଣା ଲଗାଇଛନ୍ତି । ପେଟ୍ରୋଲ ପମ୍ପ ମାନଙ୍କୁ କୁହାଯାଇଛି କି ଗୋଟିଏ ଦିନରେ ବସକୁ ୬୦ ଲିଟର ଡିଜେଲ, ମିନି ବସକୁ ୪୦ ଲିଟର ଇନ୍ଧନ ବିକ୍ରି ହେବ । ଅଟୋ ରିକ୍ସା ଏବଂ ତିନିଚକିଆ ଯାନ ପାଇଁ ଏହି ସୀମା ୧୫ ଲିଟର ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ତ୍ରିପୁରା ପର୍ଯ୍ୟନ୍ତ ଆସୁଥିବା ମାଲଗାଡିଗୁଡିକୁ ଆସିବାରେ ଅସୁବିଧା ହବା ଯୋଗୁଁ ଇନ୍ଧନ ଭଣ୍ଡାରରେ ଅଭାବ ପରିଲକ୍ଷିତ ହେଉଛି । ଏହାକୁ ନଜରରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ କହିରଖୁଛୁ ଆସାମର ଜତିଙ୍ଗାରେ ବଡ ଧରଣର ଭୂସ୍ଖଳନ ଯୋଗୁଁ ତ୍ରିପୁରା ଆସୁଥିବା ମାଲଗାଡିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ମରାମତି ପରେ ୨୬ ଏପ୍ରିଲରେ ଯାତ୍ରୀବାହୀ ଟ୍ରେନ ସେବା ପୁନଃଆରମ୍ଭ କରିଦିଆଯାଇଛି କିନ୍ତୁ ଜତିଙ୍ଗା ରାସ୍ତାରେ ଟ୍ରେନ ସେବା ରାତିରେ ରଦ୍ଦ କରିଦିଆଯାଇଛି ।

୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେନି ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ

ରାଜ୍ୟକୁ ଆସୁଥିବା ମାଲଗାଡିର ଗତାଗତରେ ସମସ୍ୟା ଯୋଗୁଁ ପେଟ୍ରୋଲ-ଡିଜେଲର ବିକ୍ରି ଉପରେ ମେ ୧ରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ବସ ଓ ୩ ଚକିଆ ଯାନ ବ୍ୟତୀତ ଦୁଇ ଚକିଆ ଏବଂ ୪ ଚକିଆ ଯାନ ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ଲାଗିଛି । ଏହି ନିର୍ଦ୍ଦେଶ ଅନୁସାରେ ଦୁଇଚକିଆ ଯାନ ପ୍ରତିଦିନ ୨୦୦ ଟଙ୍କା ଏବଂ ୪ ଚକିଆ ଯାନ ୫୦୦ ଟଙ୍କା ପ୍ରତିଦିନ ପେଟ୍ରୋଲ କିଣିପାରିବେ ।

Comments are closed.