BJD Bijuli 480×75 Mob

୩୧ଲକ୍ଷ ୮୨ହଜାର ଅର୍ଥ ତୋଷାରପାତ, କେନ୍ଦ୍ର ସମବାୟ ବ୍ୟାଙ୍କ ସହକାରୀ ପରିଚାଳକ ଚାକିରିରୁ ବହିଷ୍କାର

BJD Bijuli 480×75 Mob

କେନ୍ଦୁଝରଗଡ଼: ବ୍ୟାଙ୍କ ଅର୍ଥ ତୋଷାରପାତ କାରଣରୁ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସହକାରୀ ପରିଚାଳକ ନଳିନୀକାନ୍ତ ପଟ୍ଟନାୟକଙ୍କୁ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଚିଠି ନଂ ୪୩୬ ତା ୩୦/୦୪/୨୦୨୪ରିଖ ଯୋଗେ ଚାକିରୀରୁ ବହିଷ୍କୃତ କରିଛନ୍ତି। ସହକାରୀ ପରିଚାଳକ ଶ୍ରୀ ପଟ୍ଟନାୟକ ଚାକିରୀ ସମୟରେ ୩୧ଲକ୍ଷ ୮୨ହଜାର ୩୮ଟଙ୍କା ବ୍ୟାଙ୍କ ଅର୍ଥ ତୋଷାରପାତ କରିଥିବା ନେଇ ଅଭିଯୋଗ ପରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇ ପ୍ରଥମେ ସହକାରୀ ସମବାୟ ନିବନ୍ଧକ କେନ୍ଦୁଝର ଓ ପରେ ସହକାରୀ ସମବାୟ ନିବନ୍ଧକ ଚମ୍ପୁଆଙ୍କ ଦ୍ୱାରା ତଦନ୍ତ କରାଯାଇ ଅର୍ଥ ତୋଷାରପାତ କରିଥିବା ପ୍ରମାଣିତ ହେବାପରେ ତୁରନ୍ତ ଉକ୍ତ ଅର୍ଥ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହାସତ୍ତ୍ବେ ଶ୍ରୀ ପଟ୍ଟନାୟକ ଅର୍ଥ ଫେରସ୍ତ ନକରିବାରୁ ତାଙ୍କୁ ଅପ୍ରେଲ ୩୦ ତାରିଖ ଚାକିରୀରୁ ବହିଷ୍କାର କରାଯିବା ସହ ତୋଷାରପାତ କରିଥିବା ଅର୍ଥ ୩୧ଲକ୍ଷ ୮୨ହଜାର ୩୮ଟଙ୍କା ସୁଧ ସହ ଫେରସ୍ତ କରିବାକୁ ବ୍ୟାଘଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଜାରି କରିଥିବା ନୋଟିସରେ ଉଲ୍ଲେଖ କରିଛନ୍ତି। ତେବେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା କେତେକ ଶାଖାରେ ଆହୁରି କେତେକ କର୍ମଚାରୀ ୍ରର୍ଥ ତୋଷାରପାତ ଭଳି ଦୁର୍ନୀତି ସହ ଜଡିତଥିବାବେଳେ ସେମାନଙ୍କ ବିରୋଧରେ ମଧ୍ୟ ତତଦନ୍ତ ଜାରି ରହିଛି ଏବଂ ଖୁବ୍‌‌ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି କହିଛନ୍ତି।

Comments are closed.