www.samajalive.in
Friday, December 5, 2025
17.1 C
Bhubaneswar

ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ମନ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଜଣେ କଂଗ୍ରେସ ମନ୍ତ୍ରୀ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଥିବା ହସନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କ ସହ ତୁଳନା କରିଛନ୍ତି। ପ୍ରଜ୍ଜ୍ବଳ ଗୋପୀଙ୍କ ମେଳରେ ରହୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ ବୋଲି ମନ୍ତ୍ରୀ ରାମାପ୍ପା ଥିମ୍ମାପୁର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି।

କର୍ନାଟକର ସିଦ୍ଦରମେୟା ସରକାରରେ ମନ୍ତ୍ରୀ ଥିବା ରାମ୍ମାପା ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ପ୍ରଜ୍ଜ୍ବଳଙ୍କ ଭଳି କୁଶ୍ଚିତ ଚିନ୍ତାଧାରାର ବ୍ୟକ୍ତି ଆମେ ଏହି ଦେଶରେ ଦେଖିନାହୁଁ। ସେ ଭାବୁଥିଲେ ଗିନିଜ ରେକର୍ଡ କରିଥାନ୍ତେ। ମହିଳାମାନେ ଶ୍ରୀକୃଷ୍ଣଙ୍କ ଚାରିପାଖରେ ଭକ୍ତିର ସହ ରହୁଥିଲେ। କିନ୍ତୁ ଏପରି ରହୁ ନ ଥିଲେ। ବୋଧହୁଏ ପ୍ରଜ୍ଜ୍ବଳ ଶ୍ରୀକୃଷ୍ଣଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ।’’

- Advertisement -

ରାମ୍ମାପାଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ନେତା ବରୁଣ ରାଜ ସିଂହ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିବା ସହିତ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ରାମ୍ମାପାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବାକୁ ଦାବି କରିଛନ୍ତି। କଂଗ୍ରେସ ଏବଂ ହିନ୍ଦୁ ଧର୍ମ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ଅନ୍ୟ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଦାବି କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories