‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନ ଅନ୍ତର୍ଗତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନ୍‌ସନ୍ ସେଣ୍ଟରରେ ଏହାର ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟର ନୂଆ ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି ନବୀନ। ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନ ଜରିଆରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ପାଇପାରୁଛନ୍ତି। ଏହି ପାଣିକୁ ଫିଲ୍ଟର କରିବା ଆବଶ୍ୟକ ନାହିଁ।

prayash

ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯାଇଛି। ବ୍ରହ୍ମପୁରର ୩୭, ଭୁବନେଶ୍ବରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ଓ୍ବାର୍ଡରେ ଏହି ସୁବିଧା ଆରମ୍ଭ ହୋଇଛି। ଏହାଦ୍ବାରା ୧୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେବେ ବୋଲି କହିଛନ୍ତିି ମୁଖ୍ୟମନ୍ତ୍ରୀ।

Comments are closed.