ବିଧାନସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି
ଭୁବନେଶ୍ୱର: ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହୋଇଇଛି। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ ବ୍ୟୟ ବରାଦ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ ବୋଲି ଉପସ୍ଥାପନ କରାଯାଇଛି।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୮୪ ହଜାର ୫ଶହ କୋଟି ଆକଳନ କରାଯାଇଥିବାବେଳେ ଋଣ ଓ ଅନ୍ୟାନ୍ୟ ବାବଦକୁ ୪୫ ହଜାର ୫ ଶହ କୋଟି, ରାଜ୍ୟର ନିଜସ୍ୱ ଟିକସ ୫୩ହଜାର କୋଟି ଓ ଅଣ ଟିକସ ରାଜସ୍ୱ ୫୨ ହଜାର ୫୦୦ କୋଟି ଟଙ୍କା ମିଳିବ ବୋଲି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମ ସରକାର ଲୋକଙ୍କ ପାଇଁ କାମ କରି ଆସିଛନ୍ତି ଏବଂ ରାଜ୍ୟ ସରକାର କୃଷି ଓ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି ଏବଂ ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
୧-ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ।
୨-ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ।
୩-ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ।
୪-ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ।
୫-ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ।
୬-ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟ ବରାଦ ।
୭-ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି ।
୮-ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟିର ବ୍ୟବସ୍ଥା ।
୯-ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ।
୯-ବିଦେଶ ବିମାନ ଉଡାଣ ଯୋଜନା ପାଇଁ ୧୦୦ କୋଟିର ବ୍ୟବସ୍ଥା ।
୧୦-ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି ।
୧୧- ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟ ବରାଦ ।
୧୨-ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ ।
https://finance.odisha.gov.in/publication/finance-budget?field_financial_year_target_id=5628
Comments are closed.