www.samajalive.in
Monday, December 15, 2025
24.1 C
Bhubaneswar

ଗୋପାଳପୁର କଲେଜରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ

ଗୋପାଳପୁର : ଗୋପାଳପୁର କଲେଜରେ ଶୁକ୍ରବାର ତିନି ଦିନିଆ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ, ତୃତୀୟ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି ।  ଉତ୍ସବରେ ଭୁବନେଶ୍ୱର ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ ଏହାକୁ ଉଦଘାଟନ କରିବା ସହ ସାଂପ୍ରତିକ ତଥ୍ୟ ଓ ପ୍ରଯୁକ୍ତି ଯୁଗରେ ଓଡ଼ିଆ ଅଧ୍ୟାପକଙ୍କ ଭୂମିକା ଓ ଶିକ୍ଷାଦାନ ଶୈଳୀ ଉପରେ ଆଲୋକପାତ କରିବା ସହ ଓଡ଼ିଆ ଭାଷା ଜାତି ଓ ଦେଶର ଗୌରବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାଶ ଯୋଗ ଦେଇ ସାଂପ୍ରତିକ ସମୟରେ ଶିକ୍ଷାଦାନ କ୍ଷେତ୍ରରେ କିଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଇ ପାରିବ ଏବଂ ଓଡ଼ିଆ ଭାଷା କିଭଳି ରୋଜଗାରକ୍ଷମ ଭାଷା ହୋଇ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ତଥା ଓଡ଼ିଆ ବିଭାଗ ପ୍ରଫେସର ବାଉରିବନ୍ଧୁ ସାହୁ,  ବିଶ୍ୱଭାରତୀ ଶାନ୍ତି ନିକେତନର ପୂର୍ବତନ ଅଧକ୍ଷ ପ୍ରଫେସର କୈଳାଶ ପଟ୍ଟନାୟକ, ଭୁବନେଶ୍ୱର କିଟ୍ ବିଶ୍ଵବିଦ୍ୟାଳୟ ପ୍ରଫେସର ବିଜୟାନନ୍ଦ ସିଂହ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ,ସଭାପତି ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସମ୍ପାଦକ ଡ଼ଃ ଶରତ କୁମାର ଜେନା ମଞ୍ଚାସିନ ରହି ଅଧ୍ୟାପକଙ୍କ ଭୂମିକା ଓ ଶିକ୍ଷାଦାନ ଶୈଳୀ ଉପରେ ନିଜ ନିଜ ମତବ୍ୟକ୍ତ ଦେଇଥିଲେ । ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଡ଼ଃ କୁଳମଣି ଓଝା ସଭା ପରିଚାଳନା କରିଥିଲେ । ଡ଼ଃ ହୃଷୀକେଶ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ସମ୍ପାଦକ ଡ଼ଃ ଶରତ କୁମାର ଜେନା ବିବରଣୀ ପାଠ କରିଥିଲେ । ଗୋପାଳପୁର କଲେଜର ଅଧ୍ୟକ୍ଷ ଡ଼ଃ ରାମ ପ୍ରସାଦ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ଅଧ୍ୟାପକଙ୍କ ସ୍ମୃତିସ୍ତମ୍ଭ ଠାରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପ ପ୍ରଦାନ କରାଯାଇଥିଲା। ଏହି ଜାତୀୟ କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୦୦ରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ। ଶେଷରେ ଡ଼ଃ ବନମାଳୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories