www.samajalive.in
Sunday, December 14, 2025
17.1 C
Bhubaneswar

ସାଧନକେନ୍ଦ୍ର ସ୍ତରୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ 

ତିଗିରିଆ :  ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ  ଅନ୍ତର୍ଗତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ଏକ ଜନଭାଗିଦାରୀ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଅଭିଭାବକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତିଗିରିଆ ଶିକ୍ଷାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ବ୍ଲକର ସମସ୍ତ ସାଧାନକେନ୍ଦ୍ରରେ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶୁକ୍ରବାର ତିଗିରିଆ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ବଡନଉପୁଟ ସାଧନ କେନ୍ଦ୍ରର ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଖଣ୍ଡହତା ଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କୀତ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ  ସହ ଶିକ୍ଷାଧିକାରୀ ତଥା ଗୋଷ୍ଠି ସାଧାନ କେନ୍ଦ୍ର ସଂଯୋଜକ ବଳରାମ ମୁଦୁଲି  ଯୋଗଦେଇ ଶିକ୍ଷାକୁ ଅର୍ଥପୂର୍ଣ୍ଣ ଏବଂ ଆନନ୍ଦମୟ କରାଯିବା ଜରୁରୀ ବୋଲି କହିଥିଲେ। ଯାହାଦ୍ବାରା  ଛାତ୍ରଛାତ୍ରୀମାନେ ପଢି ବୁଝିବାର ସୁଯୋଗ ପାଇବା ସହିତ ସେମାନଙ୍କର ପାଠ ପଢାରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଇବ ବୋଲି କହିଥିଲେ। ବଡନାଉପୁଟ ସାଧନକେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ  ପ୍ରତିମୟୀ ପଣ୍ଡା, ସମିତି ସଭ୍ୟ ଦମୟନ୍ତି ପ୍ରଧାନ, ସମାଜସେବୀ ପ୍ରସନ୍ନ ଚୌଧୁରୀ ଏବଂ ଶିକ୍ଷାବିତ ଭାବେ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁୁ ନେଇ ଯୋଗ, ସଂଖ୍ୟା ଓ ଅକ୍ଷରର ବିଭିନ୍ନ ଖେଳ ଅନୁଷ୍ଠିତ ଥିଲା ।  ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories