www.samajalive.in
Monday, December 15, 2025
26.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ପ୍ରତୀକ୍ଷା ଗୃହ

ତିଗିରିଆ :  ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଥିବା ତିଗିରିଆ ବ୍ଲକ ଅଚଳକୋଟ ରାସ୍ତାର ଭେଡାତୋଟା ଛକ ଠାରେ ଥିବା ଯାତ୍ରୀ ପ୍ରତୀକ୍ଷା ଗୃହ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ଗୃହଟିର ଛାତରୁ ପଲସ୍ତରା ଖସିବା ସହ ଚଟାଣ ଓ କାନ୍ଥରୁ ମଧ୍ୟ ସିମେଣ୍ଟ ଛାଡ଼ି ଗଲାଣି। ବର୍ଷା ସମୟରେ ଛାତରୁ ପାଣି ଝରୁଛି। ବିଭିନ୍ନ ସ୍ଥାନକୁ ବସ୍ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ପ୍ରତୀକ୍ଷା ଗୃହ ଉପରେ ନିର୍ଭରଶୀଳ। ଏହି ଛକ ଠାରୁ ଆଚଳକୋଟ ଗ୍ରାମ ପ୍ରାୟ ଦେଢ଼ କିଲୋମିଟର ହୋଇଥିବା ବେଳେ ତିଗିରିଆ ୮ କି. ମି ଏବଂ ଏହା ମଧ୍ୟରେ ଆଉ କୌଣସି ଠାରେ ଯାତ୍ରୀ ପ୍ରତୀକ୍ଷା ଗୃହ ନାହିଁ। ଅଞ୍ଚଳର କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଚାଷୀ ଏବଂ ଅନ୍ୟାନ୍ୟ ବାଟୋଇ ବର୍ଷା ପବନ ହେଉ ପ୍ରଚଣ୍ଡ ଖରା ତାତି ବେଳେ ଉକ୍ତ ଗୃହରେ ଆଶ୍ରୟ ନେଇଥାନ୍ତି। ଢେଙ୍କାନାଳ, ଅନୁଗୁଳ, ଆଠଗଡ଼, କଟକ ଆଦି ସ୍ଥାନକୁ ଯିବାକୁ ବିଭିନ୍ନ ଯାତ୍ରୀବାହୀ ଗାଡ଼ିକୁ ଅପେକ୍ଷା କରିଥାନ୍ତି । ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ସଂଯୋଗ କରି ଅଚଲକୋଟ ରାସ୍ତା ନିର୍ମାଣ ଏବଂ ସାପୁଆ ନଦୀ ଉପରେ ପୋଲ ନିର୍ମାଣ କରାଯାଇ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରାଯାଇଥିଲା। ସେହି ସମୟରେ ଏଠାରେ ଏହି ଯାତ୍ରୀ ପ୍ରତୀକ୍ଷା ଗୃହ ନିର୍ମାଣ କରାଯାଇଥିଲା। ହେଲେ ଦୀର୍ଘ ୧୫-୧୬ ବର୍ଷ ଧରି ମରାମତି ଅଭାବରୁ ଏହା ଏବେ ବିପଦ ସଙ୍କୁଳ ଅବସ୍ଥାକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ସାନି ଆଉ ଏକ ନୂତନ ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବାକୁ ସ୍ଥାନୀୟ ଜନସାଧାରଣରେ ଦାବି ହୋଇଛି । ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଯୁବ ସାମାଜସେବୀ ବିଶ୍ବରଂଜନ ନାୟକ ଏବଂ ଦୁଷ୍ମନ୍ତ ଜେନା ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories