www.samajalive.in
Monday, December 15, 2025
24.1 C
Bhubaneswar

ଖରା ତାତିରେ ମୁଣ୍ଡରେ ପାଣି ବୋହୁଛନ୍ତି ମହିଳା

ତିଗିରିଆ :  ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ  ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତର ହରିଡ଼ାପଶି ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।  ଗ୍ରାମର ମୁଣ୍ଡିଆସାହିରେ  ୪୦ରୁ ଅଧିକ ପରିବାରର ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ  ଲୋକ ବସବାସ କରୁଥିବା ବେଳେ ବର୍ଷ ସାରା ଏମାନଙ୍କ ପାଇଁ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପାଣି ଟିକେ ପାଇବା ପାଇଁ ଗ୍ରାମର ମହିଳାମାନେ ପାଖାପାଖି ୧ କିଲୋମିଟର ଦୂରରେ ଥିବା ମୁଣ୍ଡିଆ ତଳ ଫରେଷ୍ଟ ବିଟ୍ ହାଉସ୍ ପାଖରୁ ଡହ ଡହ ଖରା ତାତିରେ ପାଣି ମୁଣ୍ଡରେ ମୁଣ୍ଡାଇ ଆଣୁଛନ୍ତି। ଏହା ଛଡ଼ା ସବୁଠୁ ବଡ କଥା ହେଲା ଏହି ଗ୍ରାମରେ ଥିବା ହରିଜନ ସାହିରେ ନଳକୂପଟିଏ  ମଧ୍ୟ ନାହିଁ । ଚାଳିଶ ପରିବାର ପାଇଁ ବିବାହ ବ୍ରତ ଘର ହେଲେ ତିନି କିଲୋମିଟର ପାଇପ୍ ବିଛା ଯାଇ ଛୋଟ ପମ୍ପ ଦ୍ବାରା ପାଣି ଅଣା ଯାଇଥାଏ । ସାହିରେ ଥିବା ଗୋଟିଏ ବୋଲି କୂଅ ମଧ୍ୟ ଶୁଖିଲା ପଡ଼ିଛି। ପାଖାପାଖି ପାଞ୍ଚ ଶହ ଲୋକ ଏହି ପାଣି ସମସ୍ୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗତ କିଛିଦିନ ତଳେ ହରିଜନ ସାହିରେ ନଳକୂପ ଖନନ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା ବୋଲି ସୂଚନା ମିଳିଛି। ସେହିଭଳି ମୁଣ୍ଡିଆ ସାହିକୁ ପାନୀୟ ଜଳ ଯୋଗାଣ ଲାଗି ଗ୍ରାମ ପ୍ରକଳ୍ପରୁ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଏହି ସ୍ଥାନରେ ପାନୀୟ ଜଳ ଆଦୌ ପହଞ୍ଚି ପାରୁନି। ଜଳକୁ ନେଇ ବିବାଦ କାରଣରୁ ମୁଣ୍ଡିଆ ସାହି ସଂଯୁକ୍ତ ପାଇପକୁ ସଂଖ୍ୟାଧିକ ସ୍ଥାନରେ ହାଣି ନଷ୍ଟ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଅନେକ ବ୍ୟକ୍ତି ପିଇବା ପାଣି ନପାଇ ବେଆଇନ ଭାବେ ପମ୍ପ ସଂଯୋଗ କରି ଜଳକୁ ଶୋଷି ନେଉଥିବା ଅଭିଯୋଗ ହେଉଛି। ଗ୍ରାମର ଏହି ଜଳ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଦିଗରେ ବ୍ଲକ ପ୍ରଶାସନ ଆବଶ୍ୟକୀୟ ପଦ୍ଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories